ସରକାରଙ୍କ ଏହି ଯୋଜନାରେ ସାମିଲ୍ ହୋଇ ଆକାଉଣ୍ଟ୍ ରେ ଟଙ୍କା ନ ଥିଲେ ବି ଆବଶ୍ୟକ ସମୟରେ ଟଙ୍କା ଉଠାଇବାର ସୁଯୋଗ ପାଆନ୍ତୁ
ତେବେ ଖାଲି ଏତିକି ନୁହେଁ ଏହି ଯୋଜନାର ଅନ୍ସିଦାରୀ ମାନେ ନିଜର ଜିରୋ ଆକାଉଣ୍ଟରେ ବାଲାନ୍ସ ନ ଥିଲେ ମଧ୍ୟ ଆବଶ୍ୟକ ସମୟରେ ୧୦,୦୦୦ ପର୍ଯ୍ୟନ୍ତ ଉଠାଇ ପାରିବାର ବ୍ୟବସ୍ଥା ରହିଛି । ଆହୁରି ମଧ୍ୟ ଏହି ଯୋଜନା ମାଧ୍ୟମରେ ଲୋକ ମାନଙ୍କୁ ଚେକ୍ ବୁକ୍ , ପାସ ବୁକ୍ , ବୀମା ସହିତ ଗ୍ରାହକ ଓଭର୍ ଡ୍ରାଫ୍ଟର ସୁବିଧା ରହିଛି । ଏହି ଓଭର ଡ୍ରାଫ୍ଟ ସୁବିଧା ହେତୁ ହିତାଧିକାରୀ ନିଜ ଆକାଉଣ୍ଟ ରେ ବାଲାନ୍ସ ନ ଥିଲେ ମଧ୍ୟ ପଇସା ଉଠାଇ ପାରିବେ ।
Follow our WhatsApp channel and get all the Latest news
କେଉଁ ମାନେ ଓ କିଭଳି ଏହି ଯୋଜନାରେ ସାମିଲ୍ ହୋଇ ପାରିବେ ଜାଣନ୍ତୁ ?
୧୮ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ ଯେ କୌଣସି ବ୍ୟକ୍ତି ଏହି ସୁବିଧାର ଲାଭ ଉଠାଇ ପାରିବେ । ଯଦି ଆପଣଙ୍କର ମାସିକ ଆୟ ୧୫,୦୦୦ ଟଙ୍କାରୁ କମ୍ ତେବେ ଏହି ଯୋଜନାଟି ଆପଣଙ୍କ ନିମନ୍ତେ । ଏହି ଆକାଉଣ୍ଟ ଆପଣ ଉଭୟ ଘରୋଇ କିମ୍ବା ସରକାରୀ କ୍ଷେତ୍ରରେ ଖୋଲି ପାରିବେ ।
ଏହା ବ୍ୟତୀତ, ଯଦି ଆପଣଙ୍କର ପୂର୍ବରୁ ଏକ ସଞ୍ଚୟ ଖାତା ଅଛି, ତେବେ ଆପଣ ସେହି ଆକାଉଣ୍ଟକୁ ଜନ ଧନ ଆକାଉଣ୍ଟରେ ମଧ୍ୟ ରୂପାନ୍ତର କରିପାରିବେ। ଏହି ଖାତା ଖୋଲିବାକୁ ଆପଣ ୧୦ ବର୍ଷ କିମ୍ବା ତା'ଠାରୁ ଅଧିକ ହେବା ଉଚିତ୍।