ହାଇକୋର୍ଟର କଡା ନିର୍ଦେଶ, ଏବେ ସ୍ତ୍ରୀ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ ଏବଂ...

 
high court

ସ୍ତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ ! ଏପରି ଟିପ୍ପଣୀ ଦେଲେ ମଧ୍ୟପ୍ରଦେଶ ହାଇକୋର୍ଟ । ଅନେକ ସମୟରେ କୋର୍ଟରେ ଏଭଳି ଅଭିଯୋଗ ଦେଖିବାକୁ ମିଳିଥାଏ ।(ଯେଉଁଥିରେ ସ୍ତ୍ରୀ ସ୍ଵାମୀଙ୍କ ବିରୋଧରେ ଅଭିଯୋଗ ଆଣିଥାନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ବିନା ଅନୁମତିରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥାନ୍ତି ।)

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଭଳି ଏକ ଅଭିଯୋଗକୁ ଖାରଜ କରିଛି କୋର୍ଟ । କୋର୍ଟର କହିବା ଅନୁସାରେ ସ୍ତ୍ରୀ ଯଦି ୧୮ ବର୍ଷରୁ ଉର୍ଦ୍ଧ୍ବ ଏବଂ ଦୁହେଁ ଵିଵାହ କରି ଗୋଟିଏ ସ୍ଥାନରେ ରହୁଛନ୍ତି ତେବେ ସ୍ୱାମୀର ସ୍ତ୍ରୀ ସହିତ ସମ୍ପର୍କ ଅପ୍ରାକୃତିକ ନୁହେଁ ବରଂ ପ୍ରାକୃତିକ । 

affair

ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ହାଇକୋର୍ଟରେ । ମନିଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଭଳି ଏକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ । 

ସ୍ତ୍ରୀଙ୍କ ଅଭିଯୋଗ ଅନୁସାରେ , ବିଭାଘର ପରେ ତାଙ୍କ ସ୍ୱାମୀ ଅର୍ଥାତ୍ ମନିଶ ତାଙ୍କ ବିନା ଅନୁମତିରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଛନ୍ତି ଏବଂ ତାଙ୍କ ଶାଶୁଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ବି ଦେଉଛନ୍ତି । ସ୍ତ୍ରୀଙ୍କ ଏହି ଅଭିଯୋଗକୁ ଖାରଜ କରିଛି କୋର୍ଟ ।