ୱେଟିଂ ଟିକେଟକୁ ଜାରି ହେଲା ନୂଆ ନିୟମ, ପୂର୍ବରୁ ଜାଣି ରଖନ୍ତୁ ନଚେତ୍ ପଛରେ ବହୁ ଅସୁବିଧାରେ ପଡ଼ି ପାରନ୍ତି

 
Train

ଏଣିକି ଏହି ଭୂଲ କରି ଟ୍ରେନରେ ଯାତ୍ରା କରିବା ହୋଇପାରେ ମହଙ୍ଗା ।ଏପରିକି ଅଧା ଯାତ୍ରାରୁ ଟ୍ରେନରୁ ଓଲ୍ହାଇଦେବ ଟିଟି ! ଫାଇନ ସହ ଅନେକ ଅସୁବିଧାର ସମ୍ମୁଖିନ ମଧ୍ୟ ହୋଇ ପାରନ୍ତି ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଭାରତୀୟ ରେଳବାଇ ତରଫରୁ ଜାରି ହୋଇଛି ନୂଆ ନିୟମ । ତେବେ ପୂର୍ବରୁ ଜାଣି ନିଅନ୍ତୁ ଏହି ନିୟମ ନଚେତ୍ ଆଗାମୀ ଦିନ ଗୁଡିକରେ ଆପଣ ଅନେକ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି ।

A

ଏହି ନୂତନ ନିୟମଟି ୱେଟିଂ ଟିକେଟକୁ ଆଖି ଆଗରେ ରଖି କରା ଯାଇଛି । ବହୁ ସମୟରେ ଆପଣ ବି ହୁଏ ତ ୱେଟିଂ ଟିକେଟ ଥାଇ ମଧ୍ୟ ଯାତ୍ରା କରିଥିବେ । କିନ୍ତୁ ଏବେ ଆଉ ସେମିତି ହୋଇ ପାରିବ ନାହିଁ ।

ନୂତନ ନିୟମ ଅନୁସାରେ ଆପଣଙ୍କ ଟିକେଟ ୱେଟିଂରେ ଥିଲେ ଆପଣ ଆଉ ଏସି କିମ୍ବା ସ୍ଲିପରରେ ଯାତ୍ରା କରି ପାରିବେ ନାହିଁ । ତେବେ ପୂର୍ବରୁ ଯଦି ଆପଣ ପ୍ଲାଟଫର୍ମରେ ଟିକେଟ କରିଛନ୍ତି କିନ୍ତୁ ଏହା ୱେଟିଂରେ ଅଛି ତେବେ ଆପଣଙ୍କୁ ଟ୍ରେନରେ ଯାତ୍ରା କରିବାର ସୁବିଧା ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହି ସୁବିଧାକୁ ମଧ୍ୟ ବାଦ୍ ଦିଆ ଯାଇଛି ।