ଆସିଲା ନୂଆ ଆଇନ୍, ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ ହୋଇ ଯାଆନ୍ତୁ ସାବଧାନ, ଜାଣନ୍ତୁ ପୁରା ଖବର

 
Live in relationship
ଦେଶରେ ବନ୍ଦ୍ ହେବାକୁ ଯାଉଛି ଲିଭ୍ - ଇନ୍ - ରିଲେସନସିପ୍ । ଲିଭ୍ - ଇନ୍ - ରିଲେସନସିପ ରେ ରହୁଥିବା ଯୁବକ ଓ ଯୁବତୀଙ୍କ ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଦରକାର ପଡିଲେ ତାଙ୍କ ବାପା ମାଙ୍କ ସହିତ ବି କରାଯିବ ଯୋଗାଯୋଗ । ଯଦି ଆପଣ ବି ରିଲେସନସିପ୍ ରେ ଏକାଠି ରହୁଛନ୍ତି କି ରହିବାର ଯୋଜନା କରୁଛନ୍ତି ତେବେ ଜାଣି ନିଅନ୍ତୁ ପୁରା ଘଟଣା ।

Relationship

ବର୍ତ୍ତମାନ ସଂସଦରେ ଶୀତ କାଳୀନ ଅଧିବେଶନ ଚାଲିଛି । ଯେଉଁଠାରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଷୟରେ କରା ଯାଉଛି ଆଲୋଚନା । ଏହି ଆଲୋଚନାରେ ହରିୟାଣାର ବିଜେପି ସାଂସଦ ମହେନ୍ଦ୍ର ଗଡ ଲିଭ୍ - ଇନ୍ - ରିଲେସନସିପ କୁ ନେଇ ଦେଇଛନ୍ତି ବଡ ବୟାନ । ଯାହା ଏବେ ଖୁବ୍ ଚର୍ଚ୍ଚାରେ ।

ସେ ଲିଭ୍ ଇନ୍ ରିଲେସନସିପ ପାଇଁ ଏକ ନୂଆ ଆଇନ୍ ତିଆରି କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ସମାଜରେ ଲିଭ୍ ଇନ୍ ରିଲେସନସିପ ଏକ ରୋଗ ଭଳି ମାଡ଼ି ଚାଲିଛି । ଏହାକୁ ନ ଅଟକାଇଲେ , ଏହା ଭବିଷ୍ୟତରେ ସମାଜକୁ ନଷ୍ଟ କରିଦେବ । ସେ ଏପରି କିଛି ପ୍ରସ୍ତାବ ଦେଇଥିଲେ ସଂସଦରେ ।

Couple

ସେ ସଂସଦରେ କହିଛନ୍ତି ମୁଁ ଏକ ଗମ୍ଭୀର କଥା ଆଲୋଚନା କରିବାକୁ ଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ତାର ଉଚ୍ଚ କୋଟିର ସଂସ୍କୃତି ପାଇଁ ସାରା ବିଶ୍ବରେ ପରିଚିତ । ହେଲେ ବର୍ତ୍ତମାନ ସମାଜରେ ରୋଗ ଭଳି ମାଡୁଥିବା ଲିଭ୍ ଇନ୍ ରିଲେସନସିପ ଏହାକୁ ନଷ୍ଟ କରିବାକୁ ବସିଛି ।

ଏହା ଯୁବକ ଯୁବତୀଙ୍କ ଭବିଷ୍ୟତ ଗଠନର ଏକ ବଡ଼ ସମସ୍ୟା। ଯେତେ ଦୂର ସମ୍ଭବ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏବଂ ଏଥି ପାଇଁ ଦୃଢ଼ ଆଇନ୍ ଗଠନ କରାଯାଉ ବୋଲି ସେ ଦାବୀ କରିଛନ୍ତି ।