ଜଣେ ଭାରତୀୟ ମହାରାଜା, ଯାହାଙ୍କୁ ମତୁଆଲା କରେ ସୁନ୍ଦରୀ ଯୁବତୀଙ୍କ ଦେହର ବାସ୍ନା, ଜାଣନ୍ତୁ ପୁରା ଖବର

 
Raja

​​​​​​ଭାରତୀୟ ଇତିହାସରେ ଅନେକ ବୀର, ସାହସୀ ଓ ଦେଶଭକ୍ତ, ରାଜାମହାରାଜା ଏବଂ ରାଣୀଙ୍କ କଥା ଉଲ୍ଲେଖ ଅଛି। ଯେଉଁ ମାନେ ନିଜ ମହାନ୍ କର୍ମ ପାଇଁ କେବଳ ଭାରତ ନୁହଁନ୍ତି ବରଂ ଭାରତ ବାହାରେ ମଧ୍ୟ ବେଶ୍ ପରିଚିତ,ଯେଉଁ ମାନେ ଭାରତର ଗର୍ବ ଓ ଗୌରବ। କୁହାଯାଏ ଯୋଗୀ, ମୁନି, ଋଷିମାନେ ମଧ୍ୟ ଭାରତରେ ଜନ୍ମ ହେବା ପାଇଁ ପ୍ରାର୍ଥନା କରନ୍ତି ଭଗବାନଙ୍କ ପାଖରେ। ସେହି ଭାରତର ମାଟିରେ କାହିଁ କେତେ ପୁଣ୍ୟଧାରି ନେଇଛନ୍ତି ଜନ୍ମ।

Raja

ହେଲେ ବେଳେ ବେଳେ ଘଟିଥାଏ ବିପରୀତ। ଭାରତର ମାଟିରେ ବେଳେ ବେଳେ ଏପରି ବ୍ୟକ୍ତିତ୍ବ ଜନ୍ମ ନେଇଛନ୍ତି ଯେଉଁମାନେ କେବଳ ନିଜ ବ୍ୟକ୍ତିଗତ ସୁଖ ସାଧନାରେ ସାମୁହିକ ସ୍ୱାର୍ଥକୁ ବଳି ପକାଇଦେଇଛନ୍ତି। ସେମାନଙ୍କ ସଂଖ୍ୟା ବହୁତ କମ ହୋଇଥିଲେ ମଧ୍ଯ ଭାରତ ଇତିହାସରେ ସୃଷ୍ଟି କରି ଦେଇଯାଇଛନ୍ତି ନିଜର କଳଙ୍କମୟ ଇତିହାସ।

b

ଆସନ୍ତୁ ଆଜି ଜାଣିବା ଭାରତ ରାଜାମହାରାଜା ଇତିହାସର ଏକ କଳଙ୍କିତ ପୃଷ୍ଠାକୁ।ପଟିଆଲାର ମହାରାଜ ଭୂପେନ୍ଦ୍ର ସିଂହ ଥିଲା ତାଙ୍କର ନାମ।ସେ ନିଜ ଦେହ ସୁଖ ପାଇଁ ରାଜ୍ୟର ବଳିଦାନ ପାଇଁ ମଧ୍ୟ ପଛାଉ ନ ଥିଲେ।ସବୁ ବେଳେ ଲିପ୍ତ ରହୁଥିଲେ ନିଜ ମନୋରଞ୍ଜନରେ। ରାଜା ବିଶେଷ ଭାବେ ଆକର୍ଷିତ ଥିଲେ ସୁନ୍ଦରୀ ଯୁବତୀମାନଙ୍କ ପ୍ରତି। ଯେଉଁଥି ପାଇଁ ଏକ ସୁନ୍ଦର ମହଲ ମଧ୍ୟ କରିଥିଲେ। ଯେଉଁଥିରେ କେବଳ ନଗ୍ନ ଓ ଅର୍ଦ୍ଧନଗ୍ନ ନାରୀ ମାନଙ୍କର ପ୍ରଵେଶ ଥିଲା। ରାଜାଙ୍କ ଦୁର୍ବଳତା କେବଳ ଭାରତୀୟ ନାରୀଙ୍କ ପାଖରେ ସୀମିତ ନ ଥିଲା।ସେ ଏହି ଆଶାରେ ବିଦେଶ ମଧ୍ୟ ଭ୍ରମଣ କରୁଥିଲେ।

କୁହାଯାଏ ମହାପାଳ ୫ରୁ ଅଧିକ ବିବାହ କରିଥିଲେ ଏବଂ ୩୦୦ରୁ ଅଧିକ ରକ୍ଷିତା ମଧ୍ୟ ରଖିଥିଲେ। ତାଙ୍କର ୮୫ରୁ ଅଧିକ ସନ୍ତାନ ମଧ୍ୟ ରହିଛି। ହେଲେ ସେ କୌଣସି ଅତ୍ୟାଚାର କରୁନଥିଲେ ମହିଳମାନଙ୍କ ଉପରେ।ସେ ମହିଳାଙ୍କ ଇଛା ଅନୁସାରେ ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ।ଏହି ଘଟଣାଟି ଜର୍ମାନୀ ଦାସ ମହାରାଜା ପୁସ୍ତକ ଦ୍ୱାରା ଆଖି ସାମ୍ନାକୁ ଆସିଛ।