​​​​ଦେଖନ୍ତୁ ଭିଡିଓ: ରାସ୍ତା କଡ଼ରୁ ବରା ସିଙ୍ଗଡା ଖାଇବା ପୂର୍ବରୁ ଥରେ ଦେଖି ନିଅନ୍ତୁ ଏହି ଭିଡ଼ିଓ ନ ହେଲେ ପଛରେ ପସ୍ତେଇବେ

 
Drain water

ଆଜିକାର ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ ମଣିଷ ବହୁଳ ମାତ୍ରାରେ ହୋଟେଲ୍ ଓ ଜଳଖିଆ ଦୋକାନ ଉପରେ ନିର୍ଭର କରେ । ସେ ସକାଳର ଜଳଖିଆ ହେଉ କି ମଧ୍ୟାହ୍ନ ଭୋଜନ କିମ୍ବା ସନ୍ଧ୍ୟାର ସ୍ନାକ୍ସ । ଏ ସବୁ ପାଇଁ ଆମେ ବଜାରକୁ ଦୌଡ଼ି ଥାଏ । ଆମକୁ ସେ ଖାଦ୍ୟ ସବୁ ଆମକୁ ବେଶ୍ ସୁଆଦିଆ ବି ଲାଗେ । ଘରେ ତିଆରି ହୋଇଥିବା ଖାଦ୍ୟ ଉପରେ ଚିଡି ଚିଡି ହୋଇ ଆମେ ବାହାରକୁ ଧାଇଁ ଯାଇଥାଏ ଖାଇବାକୁ ।

Samosa

ବାହାରକୁ ଗଲେ ଘରୁ ସାଙ୍ଗରେ ଟିଫିନ୍ ନ ନେଇ ବାହାରେ ହିଁ ଅଧିକାଂଶ ଖାଇଥାଏ । ହେଲେ କେବେ ଭାବି ଦେଖିଛନ୍ତି ଏହି ଖାଦ୍ୟ ସେମାନେ କିପରି ପ୍ରସ୍ତୁତ କରୁଛନ୍ତି । ଘର ଭଳି କଣ ସେମାନେ ସ୍ଵଚ୍ଛତାର ସହ ଖାଦ୍ୟ ପ୍ରସ୍ତୁତ କରୁଥିବେ ?

ଆଗରୁ ମଧ୍ୟ ଏପରି ଅନେକ ଭିଡିଓ ଭାଇରାଲ୍ ହୋଇଛି ସୋସିଆଲ ମିଡ଼ିଆରେ , ଯେଉଁଥିରେ ଆମେ ଦେଖିଛେ ହୋଟେଲ୍ ମାନଙ୍କରେ ଖାଦ୍ୟ ପ୍ରସ୍ତୁତ କରା ଯାଇଛି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତଥାପି ଆମେ ଚେତୁନେ । ପୁଣି ସାମ୍ନାକୁ ଆସିଛି ସେହିପରି ଏକ ଜଳଖିଆ ଦୋକାନର ଭିଡିଓ । ଭିଡିଓଟିରେ ଦେଖିବାକୁ ମିଳିଛି ହୋଟେଲ୍ ର ମଉସା ଜଣଙ୍କ ନିଜ ହୋଟେଲ୍ ର ବାସନ ସବୁ ଆଣି ରାସ୍ତାରେ ଜମୁଥିବା ପାଣିରେ ଧୋଉଛନ୍ତି ।

ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନା ଛକ ବସ୍ ଷ୍ଟାଣ୍ଡ ରେ ।