ହାଇକୋର୍ଟଙ୍କ ବଡ ରାୟ.. ମହିଳାଙ୍କୁ ଡାର୍ଲିଂ ଡାକିଲେ ଲାଗିବ କେସ୍, ଯିବାକୁ ପଡିବ ଜେଲ୍, ଜାଣନ୍ତୁ ପୁରା ଖବର

 
Darling
କଣ ଆପଣ ଏହି ଭୁଲ୍ କରୁଛନ୍ତି କି ! ସାଧାରଣ ଭାବି ଯଦି ଆପଣ ଏହି ଭୁଲ୍ କରୁଥାନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ନଚେତ୍ ସିଧା ଯାଇ ପାରନ୍ତି ଜେଲ୍ । ରାସ୍ତା ଘାଟ , ବଜାରରେ ଯାଉଥିବା ବେଳେ ଅନେକ ସମୟରେ ଯୁବକ ମାନେ ଯୁବତୀଙ୍କୁ ବିଭିନ୍ନ ପ୍ରକାରର କମେଣ୍ଟ କରିଥାନ୍ତି । ହେଲେ ସେ କେବେ ଭାବି ନ ଥାଆନ୍ତି ଯେ ତାଙ୍କର ଏହି ପରି କାର୍ଯ୍ୟ ତାଙ୍କୁ ଜେଲ୍ କୁ ମଧ୍ୟ ଟାଣି ନେଇପାରେ । 

ଏ

ଡାର୍ଲିଙ୍ଗ ଡାକିଲେ ଯିବେ ଜେଲ୍ ! ଏପରି ଏକ ରାୟ ଶୁଣାଇଛନ୍ତି କଲିକତା ହାଇକୋର୍ଟ । ଏକ ଯୌନ ଉତ୍ପୀଡନ ମାମଲାର ଶୁଣାଣି କରୁଥିବା ବେଳେ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି କୌଣସି ଅପରିଚିତ ଯୁବତୀଙ୍କୁ ଏପରି ଭାଷାରେ କହିବା ଏକ ଯୌନ ଉତ୍ପୀଡନ ଅଟେ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

IPC ଧାରା ୩୫୪ A ଅନୁସାରେ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ । ଯେଉଁଥି ପାଇଁ ଯୁବକଙ୍କୁ ମାସେରୁ ଅଧିକ ଧରି ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ସୂଚନା ଅନୁସାରେ ୨୦୧୫ ମସିହା ଅକ୍ଟୋବର ୨୧ ତାରିଖରେ ଆଣ୍ଡାମାନ ଅଞ୍ଚଳର ଜଣେ ମହିଳା ପୋଲିସ୍ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ଜଣେ ମଦ୍ୟପ ଯୁବକ କଣ ଡାର୍ଲିଙ୍ଗ ଯାଞ୍ଚ୍ କରୁଛ ବୋଲି କମେଣ୍ଟ କରିଥିଲେ ।

Comment

ଏ ନେଇ ମହିଳା ପୋଲିସ୍ ଜଣଙ୍କ ସବ୍ ଡିଷ୍ଟ୍ରିକ୍ଟ କୋର୍ଟ ଓ ଡିଷ୍ଟ୍ରିକ୍ଟ କୋର୍ଟରେ ଅଭିଯୋଗ କରିଥିଲେ । କୋର୍ଟ ମଧ୍ୟ ଘଟଣା ଟିର ଯାଞ୍ଚ୍ କରି ଯୁବକ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଇଥିଲେ । ହେଲେ ଯୁବକ ଜଣକ ଏହି ଦୁଇ କୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ହାଇକୋର୍ଟରେ । ତେବେ ଏ ନେଇ କୋଲକାତା ହାଇକୋର୍ଟ ମଧ୍ୟ ସମାନ ରାୟ ରଖିଛି ।