ହାଇକୋର୍ଟଙ୍କ ବଡ଼ ରାୟ: ସ୍ତ୍ରୀ ଶାରିରୀକ ସମ୍ପର୍କ ରଖିବାକୁ ମନା କଲେ ଛାଡ଼ପତ୍ର ଦେଇ ପାରିବେନି ସ୍ଵାମୀ, ଜାଣନ୍ତୁ ପୁରା ଖବର

 
Swami stree sampark

ସ୍ତ୍ରୀ ଯଦି ଶାରିରୀକ ସମ୍ପର୍କ ରଖିବାକୁ ମନା କରେ ତେବେ ଏ ନେଇ ଛାଡ଼ପତ୍ର ଦେଇ ପାରିବେ ନାହିଁ ସ୍ଵାମୀ । ବର୍ତ୍ତମାନର ସମୟରେ ଅଧିକରୁ ଅଧିକ ସ୍ଵାମୀ ସ୍ତ୍ରୀ ଭିତରର କେଶ୍ ହାଇକୋର୍ଟରେ ପଞ୍ଜୀକୃତ ହେବାର ଦେଖା ଯାଉଛି ।

ସମାଜର ଏକ ପବିତ୍ର ସଙ୍ଘ ହେଉଛି ବିବାହ । ଯାହା ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ହଜାର ହଜାର ଡିଭୋର୍ସ  କେଶ୍ ଏବେ ବି କୋର୍ଟ ରେ ପଡ଼ି ରହିଛି ।

ନଙ୍କୁ

ଗୋଟେ ବିବାହର ଭାଙ୍ଗି ଯିବାର ଅର୍ଥ ଦୁଇଟି ପରିବାର ଭାଙ୍ଗି ଯିବା । ଏଥି ମଧ୍ୟରେ ବଳି ପଡ଼ି ଯାଏ ସନ୍ତାନ । ତେଣୁ କରି ସାମାନ୍ୟ ଛାଡ଼ପତ୍ର କେଶ୍ ସାମାନ୍ୟ ହୋଇଥିଲେ ମଧ୍ୟ କୋର୍ଟ ଏଥି ପାଇଁ ତରବର ନ ହୋଇ ଅନେକ ତର୍ଜମା ପରେ ଉଚିତ୍ ନିଷ୍ପତ୍ତି ନେବା ଆବଶ୍ୟକ । ଏପରି ଏକ ଛାଡ଼ପତ୍ର ମାମଲାରେ ଦିଲ୍ଲୀ ହାଇକୋର୍ଟ ଛାଡ଼ପତ୍ର ଦେବାକୁ ମନା କରିଦେଇଛି ।

ଏହି ଅଭିଯୋଗଟି ସ୍ଵାମୀ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଆଣିଥିଲେ । ସ୍ଵାମୀଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀ ଶାଶୁ ଘରେ ରହିବାକୁ ଚାହୁଁ ନାହାନ୍ତି । ସ୍ତ୍ରୀ ଚାହୁଁଛନ୍ତି ସ୍ୱାମୀକୁ ନେଇ ବାପା ଘରେ ରହିବା ପାଇଁ । ଯେଉଁ କଥାରେ ସ୍ଵାମୀ ରାଜି ନ ହେବାରୁ ସ୍ତ୍ରୀ ଘରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ଏବଂ କୌଣସି ପ୍ରକାରର ଶାରିରୀକ ସଂପର୍କ ସ୍ବାମୀ ସହିତ ରଖୁ ନାହାନ୍ତି ।

Swami stree

ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୀବ ସଚଦେବ୍ ଏବଂ ମନୋଜ ଜେନାଙ୍କ ଏକ ବେଞ୍ଚ କହିଛନ୍ତି ଯୌନ ସମ୍ପର୍କକୁ ମନା କରିବା ମାନସିକ କ୍ରୁରତାର ଏକ ରୂପ ଭାବେ ବିବେଚନା କରାଯାଇ ପାରେ  ଯେତେବେଳେ ଏହା ସ୍ଥିର,  ସୁଚିନ୍ତିତ ଓ ବହୁ ସମୟ ଧରି ରହିଥାଏ  । ବେଞ୍ଚ କହିଛି ଏପରି କ୍ଷେତ୍ରରେ କୋର୍ଟକୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।