ସରକାର କରିଲେ ବଡ଼ ଘୋଷଣା, ଦରମାର ୬୦ ପ୍ରତିଶତ ମିଳିବ ପେନସନ୍, ଜାଣନ୍ତୁ ପୁରା ଖବର
ସରକାରୀ ଚାକିରିଆଙ୍କ ପାଇଁ ଆସିଲା ଏକ ବଡ ଖବର । ପେନସନକୁ ନେଇ ସରକାର କରିଲେ କିଛି ଏପରି ଘୋଷଣା । ଏଣିକି ଦରମାର ୫୦ ପ୍ରତିଶତ ମିଳିବ ପେନସନ । ଦଶ ବର୍ଷ ଚାକିରି କରିଥିଲେ ମିଳିବ ଦଶ ହଜାର ଟଙ୍କା । ଏପରି ଆହୁରି ଅନେକ ନୂଆ ନିୟମ । ଘୋଷଣା ନାମା ଜାରି କଲେ ସରକାର ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
କେନ୍ଦ୍ର କ୍ୟାବିନେଟରେ ପାସ୍ ହେଲା ୟୁନିଫାଏଡ୍ ପେନସନ ସ୍କିମ୍ । ଦୀର୍ଘ ୨୫ ବର୍ଷ ଧରି ଚାକିରୀ କରିଥିଲେ ଦରମାର ୬୦ ପ୍ରତିଶତ ପେନସନ୍ ଦିଆଯିବା ନେଇ ସରକାର ନେଲେ ନିଷ୍ପତ୍ତି । ସରକାରଙ୍କ ସୂଚନା ଅନୁସାରେ , ପ୍ରାୟ ୨୫ ଲକ୍ଷ ସରକାରୀ କର୍ମଚାରୀ ଏଥିରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛନ୍ତି ।
ଯେଉଁମାନେ ୨୦୦୪ ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅବସର ନେବେ ବା ନେଇଛନ୍ତି ସେମାନେ ଏହି ସୁବିଧା ପାଇ ପାରିବେ । ଏପରିକି ପେନସନଧାରିଙ୍କର ମୃତ୍ୟୁ ଘଟିଲେ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଦିଆଯିବ ପେନସନ୍ ।
ଏପରିକି ସମସ୍ତ ସରକାରୀ ଚାକିରୀଆଙ୍କୁ ପେନସନ ସୁବିଧା ଯୋଗାଇ ଦିଆ ଯିବାର ସରକାର ଲକ୍ଷ ରଖିଛନ୍ତି । ଏହି ନିୟମର ସମ୍ପୂର୍ଣ୍ଣ ଏବଂ ଫାଇନାଲ ବିବରଣୀ ୨୦୨୫ ମାର୍ଚ୍ଚରେ ନିଆଯିବ । ଏହା ପୂର୍ବରୁ ସରକାରୀ କର୍ମଚାରୀ ମାନଙ୍କୁ ଖୁସି କରିବା ପାଇଁ ସରକାର ଏହି ଘୋଷଣା କରିଛନ୍ତି ।