ମ୍ୟାରେଜ୍ ସ୍କିମ୍: ବିବାହ ପାଇଁ ଅଢେଇ ଲକ୍ଷ ଟଙ୍କା ଦେବେ ସରକାର, ଜାଣନ୍ତୁ ନୂଆ ଯୋଜନା ବିଷୟରେ

 
Marriage scheme

ସରକାର ଜାରି କଲେ ନୂଆ ନିୟମ । ଏଣିକି ବିବାହ କଲେ ମିଳିବ ଟଙ୍କା ! ସମାଜର ଆବଶ୍ୟକତାକୁ ଆଖି ଆଗରେ ରଖି ସରକାର ଅନେକ ସମୟରେ ଅନେକ ଯୋଜନା ଲାଗୁ କରିଥାନ୍ତି । ହେଲେ ସାଧାରଣ ଜନତାଙ୍କୁ ଏହି ବିଷୟରେ ଜଣା ନ ଥିବାରୁ ସେମାନେ ଏହି ଯୋଜନାରୁ ବଞ୍ଚିତ ହୋଇଥାନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ ସରକାରଙ୍କ ବିବାହ ପ୍ରୋତ୍ସାହନ ଯୋଜନା ବିଷୟରେ...... ଯେଉଁଥିରେ ଆପଣଙ୍କୁ ମିଳିବାକୁ ଯାଉଛି ୨.୫ ଲକ୍ଷ ଟଙ୍କା ।

A

ସମାଜ ଓ ଦେଶ ଏତେ ଅଗ୍ରସର ହେଲେ ମଧ୍ୟ ଆଜି ବି ଅନେକ ମାତ୍ରାରେ ସମାଜରେ ଜାତି ପ୍ରଥା ଲାଗି ରହିଛି । ଯେଉଁଥି ପାଇଁ ଯୁବକ ଯୁବତୀଙ୍କୁ ଅନ୍ୟ ଜାତିରେ ବିବାହ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । 

ଯାହାକୁ ଆଖି ଆଗରେ ରଖି ସରକାରଙ୍କ ଦ୍ଵାରା ବିବାହ ପ୍ରୋତ୍ସାହନ ଯୋଜନା ଲାଗୁ କରା ଯାଇଛି । ଏହି ଯୋଜନା ମାଧ୍ୟମରେ ଯଦି ଯୁବକ କିମ୍ବା ଯୁବତୀ ଅନ୍ୟ ଜାତିରେ ତଥା ଛୋଟ ଜାତିରେ ବିବାହ କରୁଛନ୍ତି ତେବେ ତାଙ୍କୁ ସରକାରଙ୍କ ତରଫରୁ ୨.୫ ଲକ୍ଷ ଟଙ୍କା ଦିଆଯିବ । 

ତେବେ ଏଥି ପାଇଁ କିଛି ନିର୍ଦ୍ଧିଷ୍ଟ ଡକ୍ୟୁମେଣ୍ଟର ଆବଶ୍ୟକତା ମଧ୍ୟ ରହିଛି । ଯାହା ଆପଣ ନିକଟସ୍ଥ ଜନସେବା କେନ୍ଦ୍ରରୁ ବୁଝି ପାରିବେ । ନବଦମ୍ପତିଙ୍କୁ ବିବାହର ଏକ ବର୍ଷ ମଧ୍ୟରେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ କରିବାକୁ ହେବ । ଏଥିପାଇଁ ଉଭୟଙ୍କ ଆଧାର କାର୍ଡ, ଆବାସ ପ୍ରମାଣପତ୍ର, ବୟସ ପ୍ରମାଣ ପତ୍ର, ଭୋଟର ଆଇଡି କାର୍ଡ, ପାନ୍‌ କାର୍ଡ, ବିବାହ ପ୍ରମାଣପତ୍ର, ବ୍ୟାଙ୍କ୍‌ ଖାତା ଆଦି ଦସ୍ତାବିଜ୍‌ର ଆବଶ୍ୟକତା ରହିଛି । ବିବାହ ମ୍ୟାରେଜ୍‌ ଆକ୍ଟ ୧୯୫୫ ରେଜିଷ୍ଟର ହୋଇଥିବା ଆବଶ୍ୟକ ।