ସରକାରଙ୍କ ରାସନ୍ କାର୍ଡକୁ ନେଇ ନୂଆ କଟକଣା, ଘରେ ଏହିସବୁ ଜିନିଷରୁ ଗୋଟେବି ଥିଲେ କଟିଯିବ କାର୍ଡ, ଜାଣନ୍ତୁ କଣ
ରାସନ୍ କାର୍ଡକୁ ନେଇ ସରକାର ନେଲେ ବଡ ପଦକ୍ଷେପ । ଯଦି ଆପଣଙ୍କ ନିକଟରେ ଏଥିରୁ କୌଣସି ବି ପ୍ରମାଣପତ୍ର ଥାଇ ଆପଣ ରାସନ୍ କାର୍ଡର ହିତାଧିକାରୀ ହୋଇଛନ୍ତି , ତେବେ ଏଣିକି ଆଉ କାମ ଦେବ ନାହିଁ ସେହି ରାସନ୍ କାର୍ଡ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ସାଧାରଣତଃ ସାଧାରଣ ବର୍ଗର ଲୋକ ମାନଙ୍କ ପାଇଁ ଏହି ରାସନ୍ କାର୍ଡର ସୁବିଧା ଥାଏ । କିନ୍ତୁ କିଛି ଏପରି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି ଯେଉଁଥିରେ ଯିଏ ରାସନ୍ କାର୍ଡର ଯୋଗ୍ୟ ତାଙ୍କୁ ରାସନ୍ କାର୍ଡ ନ ମିଳିଥିବା ବେଳେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଏହି ରାସନ୍ କାର୍ଡ ପାଇଁ ଯୋଗ୍ୟ ନୁହନ୍ତି ସେମାନେ ମଧ୍ୟ ଏହାର ଲାଭ ଉଠାଉଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ସରକାର ଏକ ଏଭଳି ପଦକ୍ଷେପ ନେଇଛନ୍ତି । ଯେଉଁ ଲୋକ ରାସନ୍ କାର୍ଡ ପାଇଁ ଯୋଗ୍ୟ ଯେପରି ସେମାନେ ଏହି ରାସନ୍ କାର୍ଡରୁ ବଞ୍ଚିତ ନ ହୁଅନ୍ତୁ ଏହା ସରକାରଙ୍କର ମୂଳ ଲକ୍ଷ । ତେଣୁ ସରକାରଙ୍କ ଘୋଷଣା ଅନୁଯାୟୀ ଯଦି ଆପଣଙ୍କ ନିକଟରେ ଏଥି ମଧ୍ୟରୁ କୌଣସି ବି ପ୍ରମାଣ ପତ୍ର ରହିଛି ତେବେ ଆପଣ ଏଣିକି ଆଉ ଏହାର ଲାଭ ଉଠାଇ ପାରିବେ ନାହିଁ ।
ଜାଣନ୍ତୁ କଣ ରହିଛି ସେହି ସବୁ ପ୍ରମାଣପତ୍ର ......
ଯଦି ଆପଣଙ୍କର ବାର୍ଷିକ ଆୟ ୨ଲକ୍ଷରୁ ଅଧିକ ହୋଇଥାଏ , ତେବେ ଆପଣ ରାସନ୍ କାର୍ଡ ଅନ୍ତର୍ଭୁକ୍ତ ହେବେ ନାହିଁ । କିମ୍ବା ଯଦି ଆପଣଙ୍କ ନାମରେ ଏକ ପ୍ଲଟ, ଫ୍ଲାଟ୍ ସହିତ ୧୦୦ ବର୍ଗ ମିଟରରୁ ଅଧିକ ଜମି ରହିଛି ତାହେଲେ ବି ଆପଣ ଆଉ ଏହି ସୁବିଧା ପାଇ ପାରିବେ ନାହିଁ ।
ଏବଂ ଏହା ସହିତ ଯଦି ଆପଣ ଙ୍କର କୌଣସି ଚାରି ଚକିଆ ଯାନ ମଧ୍ୟ ରହିଛି ତାହେଲେ ବି ଆପଣ ଆଉ ରାସନ୍ କାର୍ଡର ସୁବିଧା ଉଠାଇ ପାରିବେ ନାହିଁ ।