​​ଆଶ୍ଚର୍ଯ୍ୟ ହୋଇଗଲେ ପରିବାର, ବାହା ହେଉ ନଥିଲା ଝିଅ...ପହଞ୍ଚିଗଲେ ୨୦-୩୦ ଯବାନ୍ ଆଉ ତା ପରେ... ଜାଣନ୍ତୁ ପୁରା ଘଟଣା

 
Jawan

ବାପା ଭାଇ ହୋଇ ଝିଅକୁ ବାହା ଦେଲେ ବିର ଯବାନ ମାନେ ! ହଁ ଆଜ୍ଞା , କଥା ଯେତେବେଳେ ଭାରତୀୟ ଯବାନ ମାନଙ୍କର ଉଠେ , ସେତେବେଳ ଛାତି ଗର୍ବରେ ଫୁଲି ଉଠେ । କାରଣ ଭାରତୀୟ ଯବାନ ମାନେ ଯେ କେବଳ ତାଙ୍କ କର୍ତ୍ତବ୍ୟ ବା ଦେଶ ପାଇଁ ପରିଚିତ ତାହା ନୁହେଁ ବରଂ ନିଜର ଶ୍ରେଷ୍ଠ ମାନବୀୟ ଗୁଣ ପାଇଁ ମଧ୍ୟ ସେମାନେ ପ୍ରଶଂସିତ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା ରାଜସ୍ଥାନ ର ଅଳ୍ପଧାରେ । ସେଠାକାର ବାସିନ୍ଦା ଅଟନ୍ତି ରାଜେଶ ମୀନା । ରାଜେଶ ଜଣେ ସିଆରପିଏଫ୍ ଯବାନ ଥିବା ବେଳେ ୨୦୧୦ରେ ସେ ସହିଦ ହୋଇ ଯାଇଥିଲେ । 

R

ମାତ୍ର ତାଙ୍କର ଝିଅ ବାହାଘର ଥିଲା । ଝିଅ ମନ କିନ୍ତୁ ବାହାଘରରେ ଖୁସି ନ ଥାଏ । ଝିଅ ମନେ ମନେ ଖୋଜୁଥାଏ ବାପାକୁ । ଏହି ସମୟରେ ଘଟିଥିଲା ଏପରି କିଛି । ବାପା ଭାଇ ସାଜି ରୀତି ନୀତି ଅନୁସାରେ ଝିଅର ବାହାଘର କରିଥିଲେ । 

୩୦ ରୁ ୪୦ ଯବାନ ଏକା ସାଙ୍ଗରେ ପହଞ୍ଚିଥିଲେ ଝିଅର ବାହାଘରରେ । ଏହା ସହିତ ଝିଅକୁ ବିଭିନ୍ନ ଉପହାର ଦେଇଥିଲେ । ଏବଂ ନଗଦ ଝିଅ ହାତକୁ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ।