ଟ୍ରେନଲାଇନରେ ଗଳିପଡିଲା ଶିଶୁଟି, ଦ୍ରୁତଗତିରେ ଆସୁଥିଲା ଟ୍ରେନ ଆଉ ତାପରର ଘଟଣା ଆଶ୍ଚର୍ଯ୍ୟ କରିଦେବ ଦେଖନ୍ତୁ ଭିଡିଓ

 
ଟ୍ରେନଲାଇନରେ ଗଳିପଡିଲା ଶିଶୁଟି, ଦ୍ରୁତଗତିରେ ଆସୁଥିଲା ଟ୍ରେନ ଆଉ ତାପରର ଘଟଣା ଆଶ୍ଚର୍ଯ୍ୟ କରିଦେବ ଦେଖନ୍ତୁ ଭିଡିଓ

ଆଜି ମୁମ୍ବାଇର ୱାଙ୍ଗାନି ରେଳ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଏଠାରେ ରେଳ ଷ୍ଟେସନରେ ଜଣେ ରେଳ କର୍ମଚାରୀ ନିଜ ଜୀବନ ସହ ଖେଳି ରେଳ ଟ୍ରାକରେ ପଡ଼ିଥିବା ଶିଶୁର ଜୀବନ ରକ୍ଷା କରିଛନ୍ତି। ସେହି ସମୟରେ ଯେତେବେଳେ ପିଲାଟି ଟ୍ରାକରେ ପଡିଥିଲା, ସେହି ଟ୍ରାକରେ ଏକ ହାଇ ସ୍ପିଡ୍ ଟ୍ରେନ୍ ଆସୁଥିଲା, କିନ୍ତୁ ପଏଣ୍ଟମ୍ୟାନଙ୍କ ସାହସିକତା ହେତୁ ଶିଶୁର ଜୀବନ ବଞ୍ଚି ଯାଇଥିଲା, ଯାହା ପରେ କେନ୍ଦ୍ରୀୟ ରେଳ ବିଭାଗ ଦ୍ୱାରା ପଏଣ୍ଟମ୍ୟାନଙ୍କ ସାହସିକତାକୁ ପ୍ରଶଂସା କରାଯାଇଛି। ଦେଖନ୍ତୁ ଭିଡିଓ-

ସୂଚନା ମୁତାବକ ଏକ ଶିଶୁ ତାଙ୍କ ମା ସହିତ ପ୍ଲାଟଫର୍ମରେ ବୁଲୁଥିଲା। ଶିଶୁର ମାଆ ଅନ୍ଧ ଏବଂ ଶିଶୁର ସନ୍ତୁଳନ ଖରାପ ହେବା କାରଣରୁ ସେ ଟ୍ରାକରେ ପଡ଼ିଯାଇଥିଲା। ସେତେବେଳେ ଟ୍ରାକରେ ଏକ ହାଇ ସ୍ପିଡ୍ ଟ୍ରେନ୍ ଆସୁଥିଲା। ଏହି ସମୟରେ ପଏଣ୍ଟମ୍ୟାନ୍ ମୟୂର ଶେଲକେ ଦ୍ରୁତ ଗତିରେ ଦୌଡି ପ୍ରଥମେ ପିଲାଟିକୁ ଉଠାଇ ପ୍ଲାଟଫର୍ମ ଉପରେ ଚଢାଇଥିଲେ, ତା’ପରେ ଯେତେବେଳେ ଟ୍ରେନ୍ ଅଳ୍ପ ଦୂରରେ ଥିଲା, ସେ ନିଜେ ପ୍ଲାଟଫର୍ମରେ ଚଢି ଯାଇଥିଲେ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ମୟୂରଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ମୟୂରଙ୍କ ସାହସିକତା ଉପରେ ଲୋକମାନେ କହୁଛନ୍ତି ଯେ ମୟୂରଙ୍କୁ ସମ୍ମାନ ଦିଆଯିବା ଉଚିତ କାରଣ ସେ ନିଜ ଜୀବନ ସହ ଖେଳି ଏହି ଶିଶୁର ଜୀବନ ରକ୍ଷା କରିଛନ୍ତି। କହି ରଖୁଛୁ ଯେ ଯଦି ଟିକେ ବି ବିଳମ୍ବ ହୋଇଥାନ୍ତା, ତେବେ ପିଲା ଓ ମୟୂର ଜୀବନ ହରାଇଥାନ୍ତେ।