ଉତ୍ତର ଖାତା ରେ ଛାତ୍ର ଏମିତି କଣ ଲେଖିଥିଲେ ? ଯାହାର ଉତ୍ତର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଶିକ୍ଷକ
ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ପରୀକ୍ଷା ଖାତା ଭାଇରାଲ ହେବାର ଦେଖିଥିବେ । ଯେଉଁଥିରେ ଅଜବ ପ୍ରକାରର ହାସ୍ୟାସ୍ପଦ ଉତ୍ତର ଦେଖିବାକୁ ମିଳିଥାଏ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ସେହିଭଳି ଏକ ପରୀକ୍ଷା ଖାତା ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । ଯେଉଁ ପରୀକ୍ଷା ଖାତାର ଉତ୍ତର ପଢ଼ିଲେ ଆପଣ ହୁଏ ତ ନିଜର ହସ ରୋକି ପାରିବେ ନାହିଁ । ଛାତ୍ର ଜଣଙ୍କ ଉତ୍ତର ପଢ଼ି ଶିକ୍ଷକ ନମ୍ବର ମଧ୍ୟ ଦେଇଛନ୍ତି ।
ଇନ୍ଷ୍ଟାଗ୍ରାମ ପେଜ @ଏନ ୨୧୫୪ ନାମକ ଆଇଡିରେ ଏହି ଫଟୋଟିକୁ ସେୟାର କରା ଯାଇଛି । ପରୀକ୍ଷାରେ ପ୍ରଶ୍ନ ପଚରା ଯାଇଛି ସଂଯୁକ୍ତ ବ୍ୟଞ୍ଜନ କାହାକୁ କୁହାଯାଏ ? ମାତ୍ର ଛାତ୍ର ଜଣଙ୍କ ଉତ୍ତରରେ ଲେଖିଛନ୍ତି ମଟର ପନିର ସହିତ ଅନ୍ୟ ପରିବା ମିଶିଲେ ଏହାକୁ ସଂଯୁକ୍ତ ବ୍ୟଞ୍ଜନ କୁହାଯାଏ ।
ଏହିପରି ଅନ୍ୟ ଏକ ପ୍ରଶ୍ନ ପଚରା ଯାଇଛି ଭୂତ କାଳ କାହାକୁ କୁହାଯାଏ ? ଏହାର ଉତ୍ତରରେ ଛାତ୍ର ଜଣଙ୍କ ଲେଖିଛନ୍ତି ଭୂତ ଯେତେବେଳେ ଆମ ପଛରେ କାଳ ହୋଇ ପଡ଼ିଯାଏ ତାହାକୁ ଭୂତ କାଳ କୁହାଯାଏ ।