ଯେତିକିଆ ପୁଅ ଦରକାର ଥିଲା ନମିଳିବାରୁ ପରସ୍ପରକୁ ବାହା ହେଇ ପଡିଲେ ୨ ଭଉଣୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Baha hele 2 bhauni

ପୂର୍ବରୁ ପ୍ରେମିକ ସହିତ ପ୍ରେମିକା ଫେରାର ହୋଇଯିବାର ଘଟଣା ଆପଣ ନିଶ୍ଚିତ ଶୁଣିଥିବେ କିନ୍ତୁ ଏବେ ଦୁଇଜଣ ଯୁବତୀ ଘରୁ ଲୁଚି ମନ୍ଦିରରେ ବିବାହ କରିଛନ୍ତି। ପଞ୍ଜାବର ଜଗରାଓଂ ଜିଲ୍ଲା ସବଧ୍ଧି ଗାଁରେ ଏହିପରି ଏକ ଘଟଣା ଆଲୋଡନ ସୃଷ୍ଟି କରିଛି। ଏପରିକି ଏହି ବିବାହର କିଛି ଦିନ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ଟେର୍ ପାଇନଥିଲେ ପରିବାର ଲୋକେ।

Two sisters

ଏହି ଘଟଣାଟି ସେତେବେଳେ ଲୋକଲୋଚନକୁ ଆସିଥିଲା ଯେତେବେଳେ ସେମାନଙ୍କ ବିବାହର ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଭାଇରାଲ ହୋଇଥିବା ଭିଡ଼ିଓରେ ଉଭୟେ ପରସ୍ପରକୁ ବରଣମାଳା ସହ ସିନ୍ଦୁର ପିନ୍ଧାଉଥିବାର ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ ୨ ଭଉଣୀଙ୍କୁ ନିଜ ପସନ୍ଦର ପୁଅ ମିଳିନଥିଲେ। ବହୁ ପ୍ରସ୍ତାବକୁ ମନା କରି ଦେଇଥିଲେ ୨ ଭଉଣୀ। ଯାହାକୁ ନେଇ ଘରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଯାହାପରେ ଉଭୟେ ଲୁଚି ଘରୁ ପଳାଇ ମନ୍ଦିରରେ ପରସ୍ପରକୁ ବାହା ହୋଇ ପଡିଥିଲେ। ତେବେ, ବର୍ତ୍ତମାନ ଭାରତରେ ସମଲିଙ୍ଗୀ ସମ୍ପର୍କ ଆଇନସଂଗତ ହୋଇଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନଥିଲା।

Two sisters

କିନ୍ତୁ, ଏହି ବିବାହକୁ ଉଭୟ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା। ଏପରିକି ସେମାନଙ୍କୁ ତାଙ୍କ ଘରୁ ବିତାଡିତ କରିବା ସହିତ ସମସ୍ତ ସମ୍ପତ୍ତିରୁ ବେଦଖଲ କରି ଦିଆଯାଇଛି। ସେହିପରି ଗାଁର ପରିବେଶ ଏବଂ ଯୁବ ପିଢ଼ି ଉପରେ ଏହି ଘଟଣା ପ୍ରତିକୂଳ ପ୍ରଭାବ ପକାଇବ ବୋଲି କହି ସରପଞ୍ଚ ସେମାନଙ୍କୁ ଗାଁରୁ ବିତାଡିତ କରିଦେଇଥିବା ସୂଚନା ମିଳିଛି।