ଦେଖନ୍ତୁ ଭିଡ଼ିଓ: ଟଙ୍କା ପାଇଁ ମୃତଦେହ ବନ୍ଧା ରଖିଲେ ଡାକ୍ତରଖାନା କର୍ତ୍ତୃପକ୍ଷ, କାନ୍ଦି କାନ୍ଦି ହସ୍ପିଟାଲ ନାଁରେ ଏମିତି କହିଲେ ଯୁବତୀ

 
Hitech hospital

ରୋଗୀ ମୃତ୍ୟୁକୁ ନେଇ ପୁଣି କମ୍ପିଲା ରାଜଧାନୀ। ତିନି ଦିନ ହେବ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲେ ହେଁ ଟଙ୍କା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତ ଦେହକୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ସ୍ଥିତ ହାଇଟେକ୍ ହସ୍ପିଟାଲ ନାଁରେ ଆସିଛି ଏହିଭଳି ଏକ ସଙ୍ଗୀନ ଅଭିଯୋଗ। ମୃତକଙ୍କ ଝିଅ ଅର୍ପିତା ମହାକୁଡ଼ ଫେସବୁକ୍ ଲାଇଭ ମାଧ୍ୟମରେ ଏହି ଅଭିଯୋଗ ଆଣିଥିବା ବେଳେ ଭିଡ଼ିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। 

ମିଳିଥିବା ସୂଚନା ଅନୁଯାଇ ବାଲିଆପଟା ବସ୍ତିର ସଂଜୀବ ମହାକୁଡ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ହେବ ଚିକିତ୍ସା କରାଯାଉଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନହେବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଏପରିକି ବିଭିନ୍ନ ଆଳ ଦେଖାଇ ଡାକ୍ତରଖାନା କର୍ତ୍ତୃପକ୍ଷ ରୋଗୀଙ୍କ ପରିବାର ଲୋକଙ୍କୁ ତାଙ୍କ ପାଖକୁ ଛାଡ଼ି ଦେଇନଥିବା ଅଭିଯୋଗ ହୋଇଛି।

\

ଘଟଣାଟି ପ୍ରଘଟ ହେବାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିବା କହିଛନ୍ତି ଅର୍ପିତା। ଅନ୍ୟପକ୍ଷରେ ଏହି ସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ହାଇଟେକ୍ ହସ୍ପିଟାଲର ଚିଫ୍ ଅପରେଟିଂ ଅଫିସର ଜ୍ୟୋତିର୍ମୟ ପଣ୍ଡା। ତାଙ୍କ କହିବା ଅନୁଯାଇ ସଞ୍ଜୀବ କୋଭିଡ ଦ୍ୱାରା ପୀଡ଼ିତ ଥିଲା ଯେଉଁଥିରେ ଗତ ୧୩ ତାରିଖରେ ସେ ମୃତ୍ୟୁବରଣ କରିଥିଲେ। ତେବେ ସଞ୍ଜୀବଙ୍କ ପରିବାର ଲୋକେ କୋଭିଡ୍ ଫର୍ମରେ ଅନୁମତି ଦେବା ପରେ ମୃତଦେହ ବିଏମସିକୁ ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି।