TCS ଆଣିଛି ୪୦ ହଜାର ଫ୍ରେସର ନିଯୁକ୍ତି ସୁଯୋଗ, ଏପ୍ରିଲ୍ ୧୦ ସୁଦ୍ଧା କରନ୍ତୁ ଆବେଦନ
ଦେଶର ସର୍ବବୃହତ ଆଇଟି କମ୍ପାନୀ ଟିସିଏସ୍ ଚଳିତ ବର୍ଷ ୪୦ ହଜାର ଫ୍ରେସର ନିଯୁକ୍ତ କରିବ। ଆଇଟି ଶିଳ୍ପରେ ଚାକିରି କରିବା ଲାଗି ଆଶାୟୀ ଥିବା ପ୍ରାର୍ଥୀଙ୍କ ଲାଗି ଖୁସି ଖବର। ଦେଶର ବଡ଼ ଆଇଟି କମ୍ପାନି ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ୍) ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। କମ୍ପାନି ପ୍ରାୟ ୪୦ ହଜାର ନୂଆ ନିଯୁକ୍ତି ଦେବ।
ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:
For Latest Job news, Join our WhatsApp & Telegram Channel below:
ବିଟେକ୍, ବିଇ, ଏମ୍ସିଏ ଓ ଏମ୍ଏସ୍ ପାଠପଢ଼ିଥିବା ଛାତ୍ରଛାତ୍ରୀମାନେ ସେଥିଲାଗି ଆବେଦନ କରିପାରିବେ। ନିଞ୍ଜା, ଡିଜିଟାଲ ଓ ପ୍ରାଇମ୍ ଭଳି ତିନିଟି ବର୍ଗରେ ଟିସିଏସ୍ ନିଯୁକ୍ତି ଦେବ।
ନିଞ୍ଜା ବର୍ଗରେ ବାର୍ଷିକ ବେତନ ୩.୩୬ ଲକ୍ଷ ଟଙ୍କା ଥିବା ବେଳେ ଡିଜିଟାଲ୍ ବର୍ଗରେ ୭ ଲକ୍ଷ ଟଙ୍କା ଏବଂ ପ୍ରାଇମ୍ ବର୍ଗରେ ୯-୧୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଆଶାୟୀ ପ୍ରାର୍ଥୀମାନେ ଏପ୍ରିଲ୍ ୧୦ ସୁଦ୍ଧା ଚାକିରି ଲାଗି ଆବେଦନ କରିପାରିବେ। ୨୬ରେ ପରୀକ୍ଷା ହେବ।
ଟିସିଏସ୍ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ଫ୍ରେସର (ନୂଆ କର୍ମଚାରୀ) ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। କମ୍ପାନି କଲେଜ ପରିଦର୍ଶନ କରି ନିଯୁକ୍ତି ଲାଗି ଛାତ୍ରଛାତ୍ରୀଙ୍କୁ ଚୟନ କରୁଛି। କେବଳ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ନୁହେଁ, କଳା, ବିଜ୍ଞାନ ଓ ବାଣିଜ୍ୟ ପାଠପଢ଼ିଥିବା ସ୍ନାତକ ଛାତ୍ରଛାତ୍ରୀମାନଙ୍କ ଲାଗି ମଧ୍ୟ କମ୍ପାନିରେ ନିଯୁକ୍ତି ସୁଯୋଗ ରହିଛି।
ବିଜନେସ୍ ପ୍ରୋସେସ୍ ସ୍ପେସାଲିଷ୍ଟ ପଦ ଲାଗି ଆବେଦନ ଆହ୍ବାନ କରାଯାଇଛି। ବର୍ତ୍ତମାନ ଟିସିଏସ୍ ପାଇଁ ୬ ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଟାଟା ଗ୍ରୁପ୍ କମ୍ପାନୀର ମାନବ ସମ୍ବଳର ମୁଖ୍ୟ ମିଲିନ୍ଦ ଲକ୍କାଡ କହିଛନ୍ତି ଯେ ଏହା ଆଶା କରାଯାଉଥିବା ଏହା ଅପେକ୍ଷାଠାରୁ ଅଧିକ ସମୟ ନେଇଛି ।
ବର୍ତମାନ ୧୮ ମାସର “କଠିନ” ଉଦ୍ୟମ ପରେ ଏହି ସ୍ତର ହାସଲ କରାଯାଇଛି ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ଏପ୍ରିଲ୍ ୧୦ ସୁଦ୍ଧା ଆପଣମାନେ ଚାକିରି ଲାଗି ଆବେଦନ କରିପାରିବେ ଏବଂ TCS ର ଅଫିସିଆଲ ୱେବ ଇଡ୍ରେସ କୁ ଭିଜିଟ କରି ଅଧିକ ସୂଚନା ପାଇ ପାରିବେ ।