ଭୂତ ଛଡାଇବାକୁ କହି ମହିଳାଙ୍କ ବେକ ଉପରେ ଠିଆ ହୋଇଗଲା ତାନ୍ତ୍ରିକ, ଅତି ନୃଶଂସ ଭାବରେ ନେଇଗଲା ଜୀବନ

 
Tantrik

ଆଜିର ଶିକ୍ଷିତ ସମାଜରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ଅନେକ ଭୁଲ କରିବାରେ ଲାଗିଛି। ଏଥିପାଇଁ ଲୋକଙ୍କର ଧନ ଜୀବନ ନଷ୍ଟ ହେଉଥିବା ବେଳେ ଏହାର ଏକ ଜ୍ୱଳନ୍ତ ଉଧାହରଣ ସଦର କୋତୱାଲୀର ପଥବରିଆ ଅଞ୍ଚଳରେ ଦେଖିବାକୁ ମିଳିଛି। ତାନ୍ତ୍ରିକର ଭୂତ ଛଡ଼ାଇବା ପ୍ରୟାସରେ ଏଠାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି।

ମହିଳାଙ୍କ ମାନସିକ ଅବସ୍ଥା ଭଲନଥିବା ହେତୁ ବାପଘର ଲୋକେ ତାଙ୍କୁ ତାନ୍ତ୍ରିକ ପାଖକୁ ନେଇଥିଲେ। କିନ୍ତୁ, ଝିଅ ଭଲ ହେବା ବଦଳରେ ତାର ଜୀବନ ଚାଲିଯିବ ବୋଲି ବୋଧୁଏ ସେ ଜାଣିନଥିଲେ। ମୃତକା ଜଣଙ୍କ ନାମ ପ୍ରିୟା ସକ୍ସେନା ଏବଂ ତାଙ୍କୁ ୪୦ ବର୍ଷ ବୟସ ବୋଲି ଜଣାପଡିଛି। 

Black magic

ମିଳିଥିବା ସୂଚନା ଅନୁଯାଇ ୫ ବର୍ଷ ପୂର୍ବେ ପ୍ରିୟା ଫତେପୁର ଅଞ୍ଚଳରେ ବିବାହ କରିଥିଲେ। ପ୍ରଥମେ ପ୍ରଥମେ ସବୁକିଛି ଠିକ ଚାଲିଥିବା ବେଳେ ହଠାତ ପ୍ରିୟାଙ୍କର ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଲାଗିଥିଲା। ସ୍ୱାମୀଙ୍କ ସହିତ ମତଭେଦ ହେବାପରେ ସେ ନିଜ ବାପ ଘରକୁ ଚାଲି ଆସିଥିଲେ। ଏଠାରେ ତାଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହେବାକୁ ଲାଗିଥିଲା।

ଡାକ୍ତରଖାନାରେ ବହୁ ଚେଷ୍ଟା ସତ୍ତ୍ୱେ ସେ ଭଲ ନ ହେବାରୁ ପ୍ରିୟାଙ୍କୁ ଭୂତ ଲାଗିଥିବା ନେଇ ପରିବାର ଲୋକେ ଭାବିନେଇଥିଲେ। ଏହାର ନିରାକରଣ ପାଇଁ ସେମାନେ ଶ୍ମଶାନରୁ ଜଣେ ତାନ୍ତ୍ରିକଙ୍କୁ ଡାକି ଆଣିଥିଲେ। ତାନ୍ତ୍ରିକ ଘରକୁ ଆସିବା ପରେ ପୂଜା ପାଠ ଆରମ୍ଭ କରିବା ସହିତ ପ୍ରିୟାଙ୍କୁ ବେତରେ ମାଡ଼ ମାରିବା ଆରମ୍ଭ କରିଥିଲା।

Tantric

କେବଳ ସେତିକି ନୁହେଁ ନିର୍ଧୁମ ମାଡ଼ ମାରିବା ପରେ ତାନ୍ତ୍ରିକ ଜଣକ ପ୍ରିୟାଙ୍କ ବେକ ଉପରେ ଠିଆ ହୋଇଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ପ୍ରିୟା ମୃତ୍ୟୁବରଣ କରିଥିଲେ। ପ୍ରିୟା ନ ଉଠିବାରୁ ସେ ୭ ଦିନ ପରେ ଉଠିବ ବୋଲି କହି ତାନ୍ତ୍ରିକ ଫେରାର ହୋଇଯାଇଥିଲା।

ଦୁଇଦିନ ପରେ ପ୍ରିୟାଙ୍କ ଶରୀର ଦୁର୍ଗନ୍ଧ ହେବାରୁ ପରିବାର ଲୋକେ ତାଙ୍କ ମୃତ୍ୟୁ ବିଷୟରେ ଜାଣିପାରିଥିଲେ। ଏବେ ଅଭିଯୋଗ କ୍ରମେ ପୋଲିସ ଉକ୍ତ ତାନ୍ତ୍ରିକକୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ:- ଏହି ୫ଟି ରାଶିଙ୍କ ଉପରେ ପଡିଲା ଶନିଦେବଙ୍କ କୃପା ଦୃଷ୍ଟି, ବଦଳିବ ଭାଗ୍ୟ ମିଳିବ ସଫଳତା