ଦେଖନ୍ତୁ ଭିଡ଼ିଓ: ସୀମା ଟପିଲେ ତାଲିବାନ ଆତଙ୍କବାଦୀ, ମହିଳା କହିଲେ- ଆମକୁ ମାରି ଶବ ସହ କରୁଛନ୍ତି ଦୁଷ୍କର୍ମ ଏବଂ...

 
taliban

ଆଫଗାନିସ୍ତାନ ଉପରେ କବ୍ଜା କରି ରହିଥିବା ତାଲିବାନ କେତେ ଯେ ହିଂସ୍ର ଏବଂ ଭୟଙ୍କର ତାହାର ଅନେକ ନଜିର ରହିଛି। ଏପରି ପରିସ୍ଥିତିରେ ତାଲିବାନୀ ମାନେ କେବଳ ଯେ ମହିଳା ମାନଙ୍କ ସହ ଦୁଷ୍କର୍ମ କରନ୍ତି ତାହା ନୁହେଁ ବରଂ ମଣିଷ ଶବ ଗୁଡିକ ସହିତ ମଧ୍ୟ ଦୁଷ୍କର୍ମ କରୁଥିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ପ୍ରକୃତରେ ତାଲିବାନ ଭୟରେ ନିଜ ଦେଶ ଛାଡ଼ି ଭାରତ ଚାଲି ଆସିଥିବା ଜଣେ ମହିଳା ଏହାର ଖୁଲାସା କରିଛନ୍ତି।

Raped

ମୁସ୍କାନ ନାମ୍ମି ଏହି ମହିଳା ଜଣକ ଆଫଗାନ ପୋଲିସରେ କାର୍ଯ୍ୟରତ ଥିଲେ। କିନ୍ତୁ, ତାଲିବାନ କାବୁଲ ଉପରେ କବ୍ଜା କରିବା ପରେ ତାଙ୍କୁ ଚାକିରୀ ଛାଡ଼ିବା ପାଇଁ ଧମକ ଆସିଥିଲା। ଫଳରେ ନିଜ ଜୀବନ ବଞ୍ଚାଇବା କୁ ଯାଇ ସେ ଭାରତ ଚାଲିଆସି ଆଶ୍ରୟ ନେଇଛନ୍ତି। ଏଠାକୁ ଆସିବା ପରେ ସେ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଆଫଗାନିସ୍ତାନରେ ତାଲିବାନ ମହିଳା ମାନଙ୍କୁ ସିଧା ଉଠାଇ ନେଇ ଯୌନଦାସୀ କରି ରଖନ୍ତି। 

ଆଉ ତାଙ୍କ କଥା ନ ମାନିଲେ ସେମାନେ ଗୁଳି କରି ଦେଇଥାନ୍ତି। ଏପରିକି ମହିଳାଙ୍କ ମୃତ ଶରୀରକୁ ମଧ୍ୟ ତାଲିବାନୀ ମାନେ ଦୁଷ୍କର୍ମ କରିବାକୁ ପଛାନ୍ତି ନାହିଁ ବୋଲି ମୁସ୍କାନ କ୍ଷୋଭର ସହିତ କହିଛନ୍ତି।

କେବଳ ଏତିକି ନୁହେଁ ସେଠାରେ ଆଫଗାନ ସେନା କିମ୍ବା ପୋଲିସ ବିଭାଗରେ କାର୍ଯ୍ୟରତ ଥିବା ସମସ୍ତ ନାଗରିକଙ୍କୁ ତାଲିବାନ ଟାର୍ଗେଟ କରୁଛି। ଏପରି ପରିସ୍ଥିତିରେ ସେଠାକାର ଲୋକେ ନିଜ ପରିଚୟ ଲୁଚାଇବାକୁ ବାଧ୍ୟ ହେଉଥିବା ସୂଚନା ମିଳିଛି।