ଏକ ଏଭଳି ଦେଶ ଯେଉଁଠି ସୁନ୍ଦରୀ ଝିଅମାନେ ଟପ୍-ଲେସ୍ ହୋଇ କରନ୍ତି ପରେଡ଼, ଏହା ପଛର କାରଣ ତାଜୁବ୍ କରିଦେବ

 
New country

ଏକ ଏଭଳି ଦେଶ ଯେଉଁଠି ଏବେ ମଧ୍ୟ ଚାଲିଛି ରାଜତନ୍ତ୍ର। ସାରା ଦୁନିଆରେ ନାରୀମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଏହା ଏକ ଏଭଳି ଦେଶ ଯେଉଁଠାରେ ସର୍ବସାଧାରଣ ରେ ମହିଳାଙ୍କୁ ଅର୍ଦ୍ଧନଗ୍ନ କରାଯାଇ ପ୍ୟାରେଡ଼ ଅନୁଷ୍ଠିତ ହୋଇଥାଏ।ଆଫ୍ରିକାର ଏହି ଛୋଟ ଦେଶରେ ଆଜି ମଧ୍ୟ ଚାଲିଛି ରାଜତନ୍ତ୍ର। ଏଠାକାର ଲୋକେ ଗରିବ ରେଖା ତଳେ ରହୁଥିବା ବେଳେ କିନ୍ତୁ ବେସ୍ ବିଳାସପୂର୍ଣ୍ଣ ଜୀବନଯାପନ କରିଥାନ୍ତି ଏଠାକାର ରାଜା।

ଏପରିକି ଏଠାକାର ରାଜା ଇସୱାଟିନିଙ୍କର ସମସ୍ତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୪୩୪ କୋଟି ବୋଲି ଜଣାପଡିଛି ରହିଛି। ପ୍ରାଇଭେଟ ଜେଟ କଥା ଛାଡ଼ନ୍ତୁ ଏଠାରେ ଇସୱାଟିନି ନିଜ ପାଇଁ ଏକ ବିମାନ ବନ୍ଦର ନିର୍ମାଣ କରିଥିଲେ।  ତିନି ବର୍ଷ ପୂର୍ବେ ରାଜା ସମସ୍ତ ସୀମା ଟପିଯାଇଥିଲେ ଯେବେ ସେ ନିଜର ଜନ୍ମଦିନରେ ଦେଶର ନାମ ପରିବର୍ତ୍ତନ କରି ନିଜ ନାମରେ ନାମିତ କରିଥିଲେ।

ସ୍ୱାଜିଲ୍ୟାଣ୍ଡ କେବଳ ଏହି କାରଣରୁ ନୁହେଁ ବରଂ ଅନ୍ୟାନ୍ୟ କାରଣ ପାଇଁ କୁଖ୍ୟାତ ଅଟେ। ଏଠାରେ କେବଳ ରାଜା ନୁହଁନ୍ତି, ସାଧାରଣ ନାଗରିକମାନେ ମଧ୍ୟ ଏକା ସଙ୍ଗେ ଅନେକ ବିବାହ କରିବାର ସ୍ୱାଧୀନତା ପାଇଛନ୍ତି। ଏଥିପାଇଁ ରାଜା ଇସୱାଟିନି ଏହି ପରମ୍ପରାର ସମ୍ପୂର୍ଣ୍ଣ ଫାଇଦା ଉଠାଇଲେ ଏବଂ ଗୋଟିଏ ପରେ ଗୋଟିଏ ଏହିପରି ପନ୍ଦରଟି ବିବାହ କରିଥିଲେ। ତା ସହ ସମସ୍ତ ୧୫ ପତ୍ନୀଙ୍କୁ ଖୁସି କରିବାକୁ ନିଜ ରାଜ୍ୟ ପାଣ୍ଠିରୁ ୧୫ ଟି ରୋଲ୍ସ ରୋଏସ୍ କିଣି ସେମାନଙ୍କୁ ଉପହାର ଦେଇଥିଲେ।

ପ୍ରତିବର୍ଷ ସ୍ୱାଜିଲ୍ୟାଣ୍ଡରେ କୁମାରୀ ଝିଅମାନଙ୍କୁ ଟପଲେସ୍ କରାଯାଇ ପରେଡ ଅନୁଷ୍ଠିତ ହୋଇଥାଏ ଏବଂ ଏଥିରୁ ରାଜା ନିଜ ପାଇଁ ଏକ ନୂତନ ପତ୍ନୀ ବାଛିଥାଏ। ପରେଡ଼ ରେ ଅଂଶଗ୍ରହଣ କରିବାକୁ ଅମଙ୍ଗ ହେଉଥିବା ଯୁବତୀମାନଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ।

ଏହିଭଳି ଅଜବ ନିୟମ ଏବଂ ଏକଛତ୍ରବାଦୀ ଶାସନ ହେତୁ ସ୍ୱାଜିଲାଣ୍ଡ ବିଶ୍ୱର ସବୁଠାରୁ ଗରିବ ଦେଶ ତାଲିକାରେ ଆସିଥାଏ। କେବଳ ଏଇଥିପାଇଁ ଏହି ଦେଶକୁ ଆଫ୍ରିକାର ଶେଷ ଦେଶ ଭାବରେ ବିବେଚନା କରାଯାଏ।