ସହିଦ ସୁଶାନ୍ତ ଖୁଣ୍ଟିଆଙ୍କୁ ଲୁଚିକରି ହତ୍ୟା କରିଛି ଏହି ଦୁର୍ଦାନ୍ତ ମାଓନେତା! ମୁଣ୍ଡ ଉପରେ ରହିଛି ୧ କୋଟି ଟଙ୍କାର ପୁରସ୍କାର….

 
Susant

ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ବିୟୋଗରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି। ଝାଡ଼ଖଣ୍ଡର ଚାଇବସାରେ ନକ୍ସଲି ଆକ୍ରମଣରେ ସୁଶାନ୍ତ ସହିଦ ହୋଇଥିବା ବେଳେ ତାଙ୍କ ପରିବାରବର୍ଗ ଏବଂ ଓଡ଼ିଶାବାସୀ ତାଙ୍କୁ ଝୁରୁଛନ୍ତି। ଏହାରି ଭିତରେ କିଏ ଓ କେମିତି ତାଙ୍କର ହତ୍ୟା କରିଛି ସେଥିନେଇ ସମସ୍ତଙ୍କ ମନରେ ପ୍ରଶ୍ନ। 

Misiri besara

ଏହାକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରକୃତରେ ସିଆରପିଏଫ୍ ଯବାନ ଏବଂ ନକ୍ସଲିଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ମାଓ ନେତା ମିଶିର ବେସରା ହିଁ ସୁଶାନ୍ତଙ୍କୁ ଗୁଳି କରିଥିବା କୁହାଯାଉଛି। ଗଛ ପଛରେ ଲୁଚି ସେ ସୁଶାନ୍ତଙ୍କୁ ଗୁଳି ଚଳାଇଥିଲା ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

 

ଏଠାରେ ଆମ୍ଭେ ଆପଣଙ୍କୁ କହି ରଖୁଛୁ ଯେ ମିଶିର ବେସରା ହେଉଛି ଜଣେ ଦୁର୍ଦାନ୍ତ ମାଓ ନେତା। ସେ ପାଖରେ ସବୁବେଳେ ଦାମୀ ଦାମୀ ବନ୍ଧୁକ ରଖୁଥିବା ବେଳେ ଏତେ ହିଂସ୍ର ଯେ ୭ ରାଜ୍ୟର ପୋଲିସ ତାକୁ ଖୋଜୁଛି। ଏପରିକି ତାକୁ ଧରିବା ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ଧାର୍ଯ୍ୟ କରାଯାଇଅଛି। ଅନ୍ୟପକ୍ଷରେ କହିବାକୁ ଗଲେ ବର୍ତ୍ତମାନ ସମୟରେ ପୁଅକୁ ହରାଇବା ପରେ ସୁଶାନ୍ତଙ୍କ ପରିବାର ପୁରୁଷଶୂନ୍ୟ ହୋଇ ପଡିଛି। 

ଆହୁରି ପଢ଼ନ୍ତୁ:- ନା ହଲେଇକି ନା ଉଠେଇକି! ଏହି ସହଜ ଉପାୟରେ ଜାଣନ୍ତୁ ଆପଣଙ୍କ ସିଲିଣ୍ଡରରେ ଆଉ କେତେ ଅଛି ଗ୍ୟାସ୍