ସୁପ୍ରିମ କୋର୍ଟର ନୂଆ ନିୟମ, ବିବାହ ପରେ ଜରୁରୀ ମେରେଜ୍ ରେଜିଷ୍ଟ୍ରେସନ, ନହେଲେ ହେବ ଏହିସବୁ ସମସ୍ୟା

 
Marriage registration

ଯଦି ବିବାହ ସମୟରେ ଆପଣ ଏହି ନିୟମର ପାଳନ କରି ନାହାନ୍ତି ତେବେ ହୋଇପାରେ ଅସୁବିଧା ! ଆଇନଗତ ଭାବେ ଗ୍ରହଣ କରାଯାଇ ନ ପାରେ ଆପଣଙ୍କ ବିବାହକୁ । 

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ ସୁପ୍ରିମ କୋର୍ଟର ନୂଆ ନିୟମ....

A

ଜଣେ ଦମ୍ପତ୍ତିଙ୍କ ଛାଡ଼ପତ୍ର ବେଳେ ଏପରି ରାୟ ଶୁଣାଇଥିଲେ ମାନ୍ୟବର ଅଦାଲତ । କହିଥିଲେ ବାହାଘର କେବଳ ପଞ୍ଜିକରଣ କରାଇ ଦେଲେ ତାହା ବିବାହର ସ୍ଵିକୃତି ପାଇ ନଥାଏ । 

ଭାରତରେ ଯେପରି ବିଭିନ୍ନ ଧର୍ମାବଲମ୍ବୀ ଲୋକେ ବାସ କରନ୍ତି ସେହିପରି ସେମାନଙ୍କ ଧାର୍ମିକ ବିଶ୍ୱାସ ଓ ପରମ୍ପରା ମଧ୍ୟ ଭିନ୍ନ ହୋଇଥାଏ । ବାହାଘର ହେଉଛି ସେହି ଧାର୍ମିକ ବିଶ୍ଵାସର ଏକ ଅଙ୍ଗ । ହିନ୍ଦୁ , ମୁସଲମାନ , ଖ୍ରୀଷ୍ଟିୟାନ୍ ଆଦି ସମସ୍ତଙ୍କ ବିବାହର ପଦ୍ଧତି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।

ମାନ୍ୟବର ସୁପ୍ରିମ କୋର୍ଟଙ୍କ ଶୁଣାଣି ଅନୁସାରେ , ବିଭାଘର ପଞ୍ଜିକୃତ ହେବା ସହ ଏକ ପରମ୍ପରା ଅନୁସାରେ ହେବା ଆବଶ୍ୟକ । ଯାହାକୁ ଏକ ସଂପୂର୍ଣ୍ଣ ବିବାହ ବୋଲି କୁହାଯିବ ଏବଂ ଆଇନଗତ ସ୍ଵୀକୃତି ମଧ୍ୟ ଦିଆଯିବ ।