ଆସିଲା ବଡ଼ ପରିବର୍ତ୍ତନ, ଏବେ ସ୍ୱାମୀ ନଥିବା ମହିଳା ମଧ୍ୟ ହୋଇପାରିବେ ମା', ଜାଣନ୍ତୁ କେମିତି

 
Serogasi
ଏଣିକି ମାଆ ହେବାର ଖୁସିରୁ କେହି ହେବେ ନାହିଁ ବଞ୍ଚିତ । ସରକାରଙ୍କ ଦ୍ଵାରା ଲାଗୁ କରାଗଲା ନୂଆ ନିୟମ । ସରୋଗେସି ପ୍ରକ୍ରିୟାକୁ ଭାରତରେ ମିଳିଲା ଆଇନଗତ ଅନୁମୋଦନ । ୨୦୨୨ ସରୋଗେସି ନିୟମରେ କରାଗଲା ଏକ ବଡ଼ ପରିବର୍ତ୍ତନ । ଏହି ଅଧିନିୟମର ଧାରା ୨ ମାଧ୍ୟମରେ ସରୋଗେସି ଉପରେ ଲଗା ଯାଇଥିବା ପ୍ରତି ବନ୍ଧକକୁ ଉଠାଯାଇ ସରୋଗେସୀ କୁ ଦିଆଗଲା ଆଇନ୍ ଗତ ଅନୁମତି ।

ଏ

ଅନ୍ୟ ପାଶ୍ଚାତ ଦେଶ ଗୁଡିକରେ ବହୁ ପୂର୍ବରୁ ସରୋଗେସୀ ପ୍ରକ୍ରିୟାକୁ ଆଇନ୍ ଗତ ଭାବେ ମାନ୍ୟତା ମିଳିଥିଲେ ମଧ୍ୟ ଭାରତରେ ଏହାକୁ ସହଜରେ ଗ୍ରହଣ କରାଯାଇ ନ ଥିଲା । ପୂର୍ବରୁ ନ୍ୟାୟାଳୟ ଓ ସରକାର ଏହାକୁ ଏକ ବ୍ୟବସାୟର ମାଧ୍ୟମ ଭାବେ ସମାଲୋଚନା କରୁଥିଲେ । ଯେଉଁଥି ପାଇଁ ପୂର୍ବରୁ ଅନେକ ପିଟିସନ ଦାଖଲ କରାଯାଇଥିଲେ ମଧ୍ୟ ଏହାକୁ ଆଇନ୍ ଗତ ମାନ୍ୟତା ଦିଆଯାଉ ନ ଥିଲା ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଯାହାର ଫାଇଦା ଉଠାଉଥିଲେ କେତେକ ଡାକ୍ତର , ନର୍ସିଂ ହୋମ୍ , ପ୍ରାଇଭେଟ୍ କ୍ଲିନିକ୍ ଆଦି । ହେଲେ ବର୍ତ୍ତମାନ କିନ୍ତୁ ସମୟ ବଦଳିଛି ଚିନ୍ତାଧାରା ବଦଳିଛି । ଯେଉଁଥି ପାଇଁ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଣିକି ବିଧବା ସ୍ତ୍ରୀ ଲୋକ ଓ ସୀଙ୍ଗିଲ ମଦର୍ ମଧ୍ୟ ସରୋଗେଶି ମାଧ୍ୟମରେ ମା ହେବାର ସୁଯୋଗ ପାଇ ପାରିବେ । ଏହି ସୁବିଧା ପୂର୍ବ ଭଳି ଦମ୍ପତ୍ତି ମାନେ ମଧ୍ୟ ନେଇ ପାରିବେ । 

ସୁପ୍ରିମ କୋର୍ଟ ସହିତ ପରାମର୍ଶ କ୍ରମେ ସରକାର ସରୋଗେସି ଅଧିନିୟମର ପରିବର୍ତ୍ତନ କରିଛନ୍ତି । ସମୟର ଆବଶ୍ୟକତା ଓ ଡିମାଣ୍ଡ କୁ ଆଖି ଆଗରେ ରଖି ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ନିୟମ ଅନୁସାରେ ଲିଭ୍ ଇନ ରିଲେସନ ରେ ରହୁଥିବା ଯୁବକ ଯୁବତୀ ମାନେ ସରୋଗେଶିର ସୁବିଧା ନେଇପାରିବେ ନାହିଁ ।