SDJM କୋର୍ଟଙ୍କ ନିଷ୍ପତ୍ତି କୁ ଉପର କୋର୍ଟରେ ଚ୍ୟାଲେଞ୍ଜ କଲେ ସୁମିତ, କହିଲେ,"ତପସ୍ୱିନୀ ସହିତ ରହିବାକୁ ମୁଁ ବାଧ୍ୟ ନୁହେଁ ଏବଂ...

 
Sumit tapaswini

ସୁମିତ-ତପସ୍ୱିନୀ ବିବାଦ ମାମଲାରେ ଉପର କୋର୍ଟକୁ ଗଲେ ସୁମିତ। ସ୍ତ୍ରୀ ତପସ୍ୱିନୀ ତାଙ୍କର ଏବଂ ତାଙ୍କ ପରିବାରର ମାନହାନୀ କରୁଥିବା ନେଇ ସୁମିତ ପାଲଟା ଅଭିଯୋଗ ଆଣିଛନ୍ତି। ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ। ଏଥିସହିତ କୋର୍ଟରେ ଛାଡ଼ପତ୍ର ମାମଲା ରୁଜୁ ହୋଇଥିବାରୁ ସୁମିତ ତପସ୍ୱିନୀଙ୍କ ସହିତ ଏକାଠି ରହିବାକୁ ବାଧ୍ୟ ନୁହଁନ୍ତି ବୋଲି ତାଙ୍କ ଓକିଲ ପ୍ରକାଶ କରିଛନ୍ତି।

Sumit tapaswini

ଏହାପୂର୍ବରୁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁମିତ ଏବଂ ତପସ୍ୱିନୀଙ୍କୁ ୭ ଦିନ ପର୍ଯ୍ୟନ୍ତ ଏକାଠି ରହିବା ପାଇଁ କୁହାଯାଇଥିଲା। କିନ୍ତୁ, ଦୁଇଦିନ ପରେ ସୁମିତ ତାଙ୍କୁ ଠକିଦେଇ କେଉଁଆଡ଼େ ଚାଲିଯାଇଥିବା ତପସ୍ୱିନୀ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସୁମିତ ଏକ ଅଡ଼ିଓ ବାର୍ତ୍ତା ସାହାଯ୍ୟରେ ସେ ତପସ୍ୱିନୀଙ୍କ ସହ ରହିବାକୁ ଚାହୁଁନାହାନ୍ତି ବୋଲି ସ୍ପଷ୍ଟ ଭାବରେ କହିଛନ୍ତି। ଏଥିସହିତ ସେ କେଉଁଆଡ଼େ ଫେରାର ହୋଇନାହାଁନ୍ତି ବରଂ ତାଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ନେଇ ନଥିବାରୁ ସେ ବିଶ୍ରାମ ନେଉଥିବା କହିଛନ୍ତି।

Sumit

ସୁମିତ ଆହୁରି ମଧ୍ୟ କହିଛନ୍ତି ଯେ କୋର୍ଟଙ୍କ ନ‌ିର୍ଦ୍ଦେଶ କ୍ରମେ ୭ଦିନ ଏକାଠି ରହିବା ଭିତରେ ତାଙ୍କର ତପସ୍ୱିନୀଙ୍କ ସହିତ କିଛି ନୂଆ ସମ୍ପର୍କ ଗଢ଼ିଉଠିନାହିଁ। ତପସ୍ୱିନୀ ଅଯଥାରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରିଥିବାରୁ ଏଥିନେଇ ଆସିକା ଥାନା ଅଧିକାରୀଙ୍କ ଜରିଆରେ କୋର୍ଟକୁ ଅବଗତ କରାଇଥିବା ସୁମିତ କହିଛନ୍ତି। କେବଳ ଏତିକି ନୁହେଁ ଗଣମାଧ୍ୟମରେ ତାଙ୍କ ବିରୋଧରେ ତପସ୍ୱିନୀ ଚକ୍ରାନ୍ତ ଚଲାଇଥିବା ସୁମିତ ଅଭିଯୋଗ କରିଛନ୍ତି।