ଦେଖନ୍ତୁ ଭିଡ଼ିଓ: ସୁମିତଙ୍କ ଘର ଭିତରକୁ କାହିଁକି ପଶିଲେ ଏତେ ଲୋକ, ଭିଡ଼ିଓ ଜାରି କରି ସୁରକ୍ଷା ମାଗିଲେ ସୁମିତଙ୍କ ଜେଜେମା

 
Attack on sumit house

ଭିନ୍ନ ଏକ ମୋଡ଼ ନେବାକୁ ଯାଉଛି ସୁମିତ-ତପସ୍ୱିନୀ ପାରିବାରିକ ବିବାଦ। ଗୋଟିଏ ପଟେ ସ୍ୱାମୀ ସୁମିତ ନିଖୋଜ ଥିବାବେଳେ ନିଜ ପୂର୍ବ ରାୟକୁ ଗତକାଲି ପୁଣି ଦୋହରାଇଛନ୍ତି ଏସଡିଜେଏମ୍ କୋର୍ଟ। କୋର୍ଟ ନିଜର ରାୟ ଦେଇ ଦମ୍ପତ୍ତିଙ୍କୁ ସାଙ୍ଗ ହୋଇ ଭଡ଼ାଘରେ ରହିବା ପାଇଁ କହିଛନ୍ତି। କିନ୍ତୁ, ଏଭଳି ନିଷ୍ପତ୍ତି ପରେ ତପସ୍ୱିନୀଙ୍କ ଓକିଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ଏତିକି ନୁହେଁ କୋର୍ଟ ନିଷ୍ପତ୍ତିକୁ ବିରୋଧ କରି ତପସ୍ୱିନୀଙ୍କ ସମର୍ଥକମାନେ ସୁମିତଙ୍କ ଘରକୁ ଧସେଇ ପଶିବାକୁ ଉଧ୍ୟମ କରିଥିଲେ।

Attack

ଗୋଟିଏ ପାଟେ ସୁମିତ ନିଖୋଜ ଥିବାବେଳେ ଭଡ଼ା ଘର ନେବା ପର୍ଯ୍ୟନ୍ତ ତପସ୍ୱିନୀ କେଉଁଠି ରହିବେ, କୋର୍ଟ କିଛି ସ୍ପଷ୍ଟ କରିନଥିବାରୁ, ତପସ୍ୱିନୀ କେଉଁଠି ରହିବେ ନିଜେ ନିଷ୍ପତ୍ତି ନେବେ ବୋଲି ତପସ୍ବିନୀଙ୍କ ଓକିଲ କହିଥିଲେ। ସେହିଦିନ ସନ୍ଧ୍ୟା ସମୟରେ ତପସ୍ୱିନୀ ଏବଂ ତାଙ୍କର କିଛି ମହିଳା ସମର୍ଥକ ସୁମିତ ଘର ଉପରେ ଆକ୍ରମଣ କରିଥିଲେ।

Tapaswini

ଏପରିକି ସେମାନେ ଘରର ପ୍ରଥମ କବାଟ ଭାଙ୍ଗି ଭିତରକୁ ପଶି ଯାଇଥିଲେ। ଏହି ଘଟଣା ପରେ ସୁମିତଙ୍କ ଜେଜେମାଆ ଏକ ଭିଡ଼ିଓ ଜରିଆରେ ଭୟଭିତ ହୋଇ ରହିଥିବା କହିଛନ୍ତି। ସେହିପରି ତାଙ୍କ ଘର ଉପରେ ଆକ୍ରମଣ ହୋଇଥିବା ନେଇ ସୁମିତଙ୍କ ବାପା ପୋଲିସକୁ ଇ-ଏଫଆଇଆର୍ ଦେଇଛନ୍ତି। ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା ଉଦ୍ୟମ କରିଥିଲେ।