ଦେଖନ୍ତୁ ଭାଇରାଲ ଭିଡ଼ିଓ: ପ୍ରମିଳା ତ୍ରିପାଠୀଙ୍କ ଉପରେ ବର୍ଷିଲେ ସୁମିତ କହିଲେ,"ସେ ଥାର୍ଡ ପର୍ସନ୍ ଏବଂ….

 
Sumit viral video

ସମାଧାନ ହେବା ବଦଳରେ ଦିନକୁ ଦିନ ଆହୁରି ତେଜିବାକୁ ଲାଗିଛି ସୁମିତ-ତପସ୍ୱିନୀ ବିବାଦ ମାମଲା। କେତେବେଳେ ତପସ୍ୱିନୀ ତ କେତେବେଳେ ସୁମିତ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପରସ୍ପର ଉପରେ ଦୋଷ ଲଦି ଦେଉଛନ୍ତି। ଏହି ମାମଲାରେ ନିଜକୁ ସମାଜସେବୀ ବୋଲାଉଥିବା ପ୍ରମିଳା ତ୍ରିପାଠୀଙ୍କର ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁମିତ।

Sumit

ଗତକାଲି କୋର୍ଟ ନିଜର ରାୟରେ ପୁଣିଥରେ ଏହି ଦମ୍ପତ୍ତିଙ୍କୁ ସାଥି ହୋଇ ଭଡ଼ା ଘରେ ରହିବାକୁ କହିଥିଲେ। ଯାହା ତପସ୍ୱିନୀ ଏବଂ ତାଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରି ପାରିନଥିଲେ। ଏହାକୁ ବିରୋଧ କରିବାକୁ ଯାଇ ସ୍ଥାନୀୟ କିଛି ମହିଳା ସୁମିତଙ୍କ ଘର ପ୍ରଥମ ଗେଟ୍ ଭାଙ୍ଗି ଭିତରକୁ ପଶିଥିଲେ। ଫଳରେ ଭୟଭୀତ ଅବସ୍ଥାରେ ରହିଥିବା ସୁମିତଙ୍କ ପରିବାର ତରଫରୁ ଏଥିନେଇ ଥାନାରେ ଏତଲା ଦିଆଯାଇଛି ।

ଅନ୍ୟପକ୍ଷରେ ଏହି ଘଟଣା ପରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସାମ୍ନାକୁ ଆସିଛନ୍ତି ସୁମିତ। ଭିଡ଼ିଓରେ ସୁମିତ କହିଛନ୍ତି ଯେ,"ଏହି ମାମଲା ଉଭୟ ପରିବାର ଭିତରର ହୋଇଥିବା ବେଳେ ପ୍ରମିଳା ତ୍ରିପାଠୀ ଥାର୍ଡ ପର୍ସନ ଭାବରେ କାହିଁକି ମୁଣ୍ଡ ପୁରାଉଛନ୍ତି"। ଯାହା କିଛି ହୋଇଛି ତାହା ତପସ୍ୱିନୀ ଏବଂ ମୋ ଭିତର କଥା ପ୍ରମିଳା ଆମ ଘର ବିଷୟରେ କିଛି ନ ଜାଣି ଏପରି କାର୍ଯ୍ୟକଳାପ କରିବା ଠିକ ନୁହେଁ ବୋଲି ସୁମିତ କହିଛନ୍ତି।