ଜୀବନ ନେଇଗଲା "ଫ୍ରି ଫାୟାର" ନିଶା! ଗେମ୍ ଖେଳିବାକୁ ମନା କରିବାରୁ ଫାଶି ଲଗାଇ ଝୁଲିପଡ଼ିଲା ୯ ଶ୍ରେଣୀ ଛାତ୍ର, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Free fire

ମୋବାଇଲ ଗେମ ନିଶା ହେତୁ ଚାଲିଗଲା କୋମଳମତି ଜୀବନ। ଗେମ ନଖେଳିବାକୁ କହି ପରିବାର ଲୋକେ ଫୋନ ନେଇଯିବାରୁ, ନାବାଳକ ଜଣକ ଆତ୍ମହତ୍ୟା କରିଛି। କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରୁ ଏହିଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Free fire

ମିଳିଥିବା ସୂଚନା ଅନୁଯାଇ କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ ରହୁଥିବା ଚଗୁଲୁ ଜେନାଙ୍କ ପୁଅ ସୌମ୍ୟରଞ୍ଜନ ୯ମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ବର୍ଷ ଅନଲାଇନ କ୍ଲାସ ପାଇଁ କିଣା ଯାଇଥିବା ସ୍ମାର୍ଟ ଫୋନରେ ସୌମ୍ୟ "ଫ୍ରି ଫାୟାର" ଗେମ୍ ଖେଳିଥାନ୍ତି। ଗୁରୁବାର ମଧ୍ୟ ସମାନ ଭାବରେ ସେ ସ୍କୁଲରୁ ଫେରି ଗେମ ଖେଳିବା ପାଇଁ ଫୋନ ମାଗିଥିଲେ। କିନ୍ତୁ, ଶୁକ୍ରବାର ପରୀକ୍ଷା ଥିବାରୁ ଗେମ୍ ଖେଳିବାକୁ ବାରଣ କରିବା ସହ ଫୋନଟିକୁ ତାଙ୍କ ମାଆ ଛଡ଼ାଇ ନେଇଥିଲେ।

Victim mother

ବାସ୍ ଏତିକି କଥାରେ ସୌମ୍ୟ ରାଗିଯାଇ ଘର ଛାତ ଉପରକୁ ଚଢିଯାଇଥିଲା। ସେ ସେଠାରେ ଏକ ଗାମୁଛା ସାହାଯ୍ୟରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଏହା ଦେଖିବା ପରେ ସୌମ୍ୟଙ୍କୁ ତୁରନ୍ତ ଡ଼ାକ୍ତରଖାନା ଆଣିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ୟାଟେଲ୍ ରୟାଲ୍ ଗେମ୍ "ପବଜି" ଏବଂ "ଫ୍ରି ଫାୟାର" ନିଶାରେ ଅନେକ ଯୁବକ ଏବଂ ନାବାଳକ ନାବାଳିକା ନିଜର ପଥଭ୍ରଷ୍ଟ ହେଉଥିବା ଖବର ସାମ୍ନାକୁ ଆସୁଛି।