ଟ୍ରେନ ଝରକା ପାଖ ସିଟରେ ବସିବାକୁ ଜିଦି କରିଥିଲା ୮ ବର୍ଷର ଝିଅ, ଆଉ ଏମିତି ବଞ୍ଚିଗଲା ବାପ ଝିଅଙ୍କ ଜୀବନ

 
Accident

କଥାରେ ଅଛି,"ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ"। ଏହାର ଏକ ଜ୍ୱଳନ୍ତ ଉଦାହରଣ ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ଦେଖିବାକୁ ମିଳିଛି। ଛୋଟ ଝିଅର ଜିଦ୍ ଯୋଗୁ ବର୍ତ୍ତିଯାଇଛି ବାପ ଝିଅଙ୍କ ଜୀବନ। ଆଜ୍ଞା ହଁ, ବାଲେଶ୍ୱର ମାହାନଗା ଠାରେ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣାରେ ଶହ ଶହ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଏହି ବାପ ଝିଅ ବର୍ତ୍ତି ଯାଇଛନ୍ତି।

Accident

ମିଳିଥିବା ସୂଚନା ଅନୁଯାଇ ସମ୍ପୃକ୍ତ ବ୍ୟକ୍ତି ଏବଂ ତାଙ୍କର ୮ ବର୍ଷର ଝିଅ କଟକରେ ଡାକ୍ତରଙ୍କୁ ଦେଖାଇବା ପାଇଁ ଖଡଗପୁର ଠାରୁ ବାହାରିଥିଲେ। ଉଭୟଙ୍କର ଥାର୍ଡ ଏସି କୋଚର ଟିକେଟ ରହିଥିଲା। କିନ୍ତୁ ଝିଅ ଝରକା ପାଖରେ ବସିବାକୁ ଜିଦି କରିଥିଲେ। ଛୋଟ ଝିଅଟିର ମନ ରଖିବା ପାଇଁ ବ୍ୟକ୍ତି ଜଣକ ସେଠାରେ ଥିବା କିଛି ଲୋକଙ୍କୁ ଝରକା ପାଖ ସିଟ୍ ବଦଳାଇବା ପାଇଁ କହିଥିଲେ ହେଁ କେହି ରାଜି ହୋଇନଥିଲେ।

Accident

ଶେଷରେ ନିରାଶ ହୋଇ ବାପଝିଅ ଅନ୍ୟ ଏକ ବଗିକୁ ଚାଲି ଯାଇଥିଲେ। ସେଠାରେ ଜଣେ ସହୃଦୟ ବ୍ୟକ୍ତି ସେମନଙ୍କୁ ଏକ ସିଟ୍ ଦେଇଥିଲେ। ତେବେ, ଦୁର୍ଘଟଣା ହେବା ସମୟରେ ନିଜର ପୂର୍ବ ନିର୍ଦ୍ଧାରିତ ସିଟରେ ବସିନଥିବାରୁ ସେମାନଙ୍କର ଜୀବନ ବର୍ତ୍ତି ଯାଇଥିବା ଜଣାପଡିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟ୍ରେନ ସିଗ୍ନାଲ ଫେଲ୍ ହୋଇଯିବା କାରଣରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି।