କୁଖ୍ୟାତ ଡକାୟତ ବିରାପ୍ପନର ଶେଷ ରାତି! ଏମିତି ଭାବରେ କାର୍ଯ୍ୟକାରୀ ହୋଇଥିଲା ଅପରେସନ୍ 'କୁକୁନ୍'

 
Birapan

ଭାରତର ସବୁଠାରୁ କୁଖ୍ୟାତ ଡକାୟତ ଭିତରେ ଯଦି କାହାରି ନାଁ ନିଆଯାଏ ତାହାଲେ ସେମାନଙ୍କ ମଧ୍ୟରେ ବୀରାପ୍ପନର ନାମ ସବୁଠାରୁ ଆଗରେ ରହିବ ନିଶ୍ଚିତ। ଦକ୍ଷିଣ ଭାରତର ଜଙ୍ଗଲରୁ ନିଜର ପ୍ରାଧାନ୍ୟ ବିସ୍ତାର କରିଥିବା ଏହି ଡକାୟତ ଦିନେ ଏକାଧିକ ରାଜ୍ୟର ପୋଲିସ ପାଇଁ ପାଲଟିଥିଲା ମୁଣ୍ଡବ୍ୟଥାର କାରଣ। ଶେଷରେ ୨୦୦୪ ମସିହା ୧୮ ଅକ୍ଟୋବର ଦିନ ବୀରାପ୍ପନର ଏନକାଉଣ୍ଟର କରାଯାଇଥିଲା।Verrapan

 ତାମିଲନାଡୁର ଧର୍ମପୁର ଜିଲ୍ଲାଠାରୁ ୧୨ କିମି ଦୂରକୁ ଗଲେ ପଡ଼େ ଏକ ଶୂନଶାନ ଗାଁ ଯାହାର ନାମ ହେଉଛି "ପଡ଼ି"। ଘଟଣା ଦିନ ବିଳମ୍ବିତ ରାତିରେ ଏହି ଗାଁ ମୁଣ୍ଡକୁ ଆସୁଥାଏ ଏକ ଆଖୁ ବୋଝେଇ ଟ୍ରକ୍ ଏବଂ ତା ପଛେ ପଛେ ଆସୁଥାଏ ଏକ କଣ୍ଟେନର୍। ଗାଁର ସ୍କୁଲ ନିକଟରେ ଚୁପଚାପ୍ ଠିଆ ହୋଇଯାଏ ଏହି ଦୁଇଟି ଟ୍ରକ୍। ପଛରେ ଆସୁଥିବା ଏକ ଓମିନି ଭ୍ୟାନ୍ ମଧ୍ୟ କିଛି ଦୂରକୁ ଯାଇ ଠିଆ ହୋଇଯାଏ। ତା ଭିତରୁ ବାହାରନ୍ତି ତାମିଲନାଡୁ ପୋଲିସର ଫୁଲି ଟ୍ରେଣ୍ଡ କ୍ରାବ୍ କମାଣ୍ଡୋ। ସେମାନେ ଉକ୍ତ ସ୍କୁଲ ଛାତ ଉପରେ ଏକେ-୪୭ ଧରି ଜଗି ରହିଥାନ୍ତି କେବଳ ବିରାପ୍ପନ୍ ପାଇଁ।

Encounter

 ବିଶ୍ୱସ୍ତ ସୂତ୍ରରୁ ଖବର ଥିଲା ଯେ ସେହିଦିନ ଏକ ଆମ୍ବୁଲାନ୍ସ ନେଇ ସେହି ବାଟ ଦେଇ ଯିବ ବୀରାପ୍ପନ୍। ତାର ରାସ୍ତା ଅବରୋଧ କରିବା ପାଇଁ ଅପେକ୍ଷାରତ ଥିଲା ସେହି ଆଖୁ ବୋଝେଇ ଗାଡ଼ି ଯାହାର କୋଡ୍ ନେମ୍ ଥିଲା 'ସ୍ୱିଟ ବକ୍ସ'। ଏହା ବ୍ୟତୀତ କନ୍ଟେନର୍ ବୋଝେଇ ଗାଡ଼ିରେ ଲୁଚି ରହିଥିଲେ ଫୁଲି ଆର୍ମଡ୍ କମାଣ୍ଡୋ। ସମସ୍ତେ ବିରାପ୍ପନ ନେଇ ଆସୁଥିବା ଆମ୍ବୁଲାନ୍ସର ଅପେକ୍ଷା କରି ବସିଥିଲେ। ଏହି ସମ୍ପୂର୍ଣ୍ଣ ଅପରେସନର ନାଁ ଦିଆଯାଇଥିଲା ଅପରେସନ୍ 'କକୁନ୍'।

Ambulance

କିଛି ସମୟ ପରେ ସେହି ରାସ୍ତାର ଦ୍ଵିତୀୟ ପର୍ଶ୍ୱରୁ ଆସୁଥାଏ ଏକ ଆମ୍ବୁଲାନ୍ସ। ସାଇରନ୍ ସହିତ ଫଗ୍ ଲାଇଟ୍ ଅନ୍ କରି ଆଗକୁ ଆଗକୁ ମାଡ଼ି ଆସୁଥାଏ ଆମ୍ବୁଲାନ୍ସ। ସାଇରନର ମାନେ ଭିତରେ ବୀରାପ୍ପନ୍ ଅଛି ଏବଂ ଫଗ୍ ଲାଇଟ୍ ମାନେ ସମସ୍ତଙ୍କ ହାତରେ ରହିଛି ଅସ୍ତ୍ରଶସ୍ତ୍ର। ପ୍ରକୃତରେ ଆମ୍ବୁଲାନ୍ସ ଚଳାଉଥିବା ବ୍ୟକ୍ତି ଜଣକ ମଧ୍ୟ ପୋଲିସର ଜଣେ ଅଣ୍ଡରକଭର୍ ଅଫିସର୍ ସର୍ଭନନ୍। ଆମ୍ବୁଲାନ୍ସଟି ସ୍କୁଲ ପାଖରେ ପହଞ୍ଚିବା ପରେ ଆଖୁ ବୋଝେଇ ଟ୍ରକଟି ଏହାର ରାସ୍ତା ରୋକିଥିଲା। ଗାଡ଼ି ବନ୍ଦ କରି ବିରାପ୍ପନ୍ ଭିତରେ ଥିବା ସୂଚନା ଦେବା ସହିତ ଦୌଡ଼ିବାକୁ ଲାଗିଥିଲେ ସର୍ଭନନ୍। ଏହାପରେ ପୋଲିସ ପକ୍ଷରୁ ବିରାପ୍ପନକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲେ ହେଁ ସେ ଏହାକୁ ବେଖାତିର କରି ପାଲଟା ଗୁଳି ଚଳାଇଥିଲା। ବାସ୍ ତା ପରେ ଆମ୍ବୁଲାନ୍ସ ଉପରେ ହୋଇଥିଲା ଆଖିବୁଜା ଗୁଳିବର୍ଷା ଏବଂ ଗ୍ରେନେଡ଼ ମାଡ଼। ଏଭଳି ଭାବରେ ଶେଷ ହୋଇଯାଇଥିଲା କୁଖ୍ୟାତ ଡକାୟତ ବିରାପ୍ପନର କାହାଣୀ।