ଘରୁ ଝିଅ ବୋହୂଙ୍କୁ ଜବରଦସ୍ତି ଉଠାଇ ନେଉଛନ୍ତି ତାଲିବାନୀ ଆତଙ୍କବାଦୀ, ବାପା ସାମ୍ନାରେ ଝିଅକୁ କଲେ ଅପହରଣ ଏବଂ...

 
Taliban kidnapping girls

ତାଲିବାନ ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ ଭାବରେ କବ୍ଜା କରିବା ପରେ ସେଠାକାର ଯୁବତୀ ଏବଂ ମହିଳାମାନଙ୍କର ଅଵସ୍ଥା ନର୍କ ସଦୃଶ ହୋଇପଡ଼ିଛି। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ସେପରି ହିଁ ହେଉଛି କାମୁକ ତଲିବାନୀ ଆତଙ୍କବାଦୀମାନେ ଘର ଘର ବୁଲି ୧୫ ବର୍ଷରୁ ଉର୍ଦ୍ଧ୍ବ ଯୁବତୀମାନଙ୍କୁ ଅପହରଣ କରି ନେଉଛନ୍ତି। ସେମାନେ ଏହି ଯୁବତୀଙ୍କୁ ଜବରଦସ୍ତ ବିବାହ କରିବା ସହ ବାହାର ଦେଶକୁ ବିକ୍ରି କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି।

Taliban

ଏହିପରି ଅନେକ ଘଟଣା ଘଟୁଥିବା ବେଳେ ଆଉ ଏକ ହୃଦୟଥରା ଘଟଣା ନଜ଼ରକୁ ଆସିଛି। ଫରିହା ଇଜରର ନାମକ ଜଣେ ଆଫଗାନି ସାମ୍ବାଦିକ ହୋଲି ମ୍ୟାକେଙ୍କ ସହିତ ଦେଖା ହୋଇ ଏହି ଘଟଣା ବିଷୟରେ ଅବଗତ କରାଇଥିଲେ। ଫରିହାଙ୍କ କହିବା ଅନୁଯାଇ ବାଦଖଶାନ ପ୍ରଦେଶର ଏକ ଗାଁରେ ତଲିବାନୀମାନେ ପ୍ରବେଶ କରିଥିଲେ। ସେମାନେ ସେଠାରେ ପ୍ରବେଶ କରିବା ସହ ଘର ଘର ବୁଲି ୧୫ ବର୍ଷରୁ ଅଧିକ ଝିଅମାନଙ୍କୁ ଅପହରଣ କରିବାକୁ ଲାଗିଥିଲେ।

Taliban kidnap women

ସେମାନଙ୍କ ଭିତରୁ ଫରିହାଙ୍କ ସାଙ୍ଗ ମଧ୍ୟ ସାମିଲ ଥିବା ସେ କହିଛନ୍ତି। ତାଙ୍କ କହିବା ମୁତାବକ ତାଲିବାନୀମାନେ ସେଠାରେ ପ୍ରବେଶ କରିବା ସହ ଯୁବତୀଙ୍କ ପିତାଙ୍କୁ ତାଙ୍କ ଝିଅ ମାଗିଥିଲେ। ବ୍ୟକ୍ତି ଜଣକ ଏ ସମ୍ପର୍କରେ ଜିଲ୍ଲା ଗଭର୍ଣ୍ଣରଙ୍କୁ ଅବଗତ କରାଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ଶେଷରେ ତାଲିବାନୀ ମାନେ ତାଙ୍କ ଝିଅକୁ ଅପହରଣ କରିନେଇଥିଲେ। ପରେ ପରେ ବ୍ୟକ୍ତି ଜଣକ ନିଜ ସାନ ଝିଅକୁ ନେଇ କେଉଁଆଡ଼େ ଫେରାର ହୋଇଯାଇଥିବା ଫରିହା କହିଛନ୍ତି।