ଗ୍ରାଜୁଏସନ କରିଥିବା ପାର୍ଥୀଙ୍କ ପାଇଁ ବଡ଼ ସୁଯୋଗ, SSC ରେ ବାହାରିଲା ବହୁତ ଗୁଡ଼ାଏ ପଦବୀ

 
ssc job 2024

ପ୍ରତିବର୍ଷ ବହୁ ସଂଖ୍ୟକ ଯୁବା ସରକାରି ଚାକିରି ଇଚ୍ଛାରେ ଏସଏସସି ସିଜିଏଲ ପରୀକ୍ଷା ଦିଅନ୍ତି। ଏହି ପରୀକ୍ଷା ମାଧ୍ୟମରେ ବିଭିନ୍ନ ବିଭାଗରେ ଅନେକ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତ ହୁଅନ୍ତି। ଏସଏସସି ସିଜିଏଲ ପରୀକ୍ଷା ୨୦୨୪ ପାଇଁ ଆବେଦନ ୨୪ ଜୁନ୍ ୨୦୨୪ ରୁ ଆରମ୍ଭ ହୋଇଛି । ଆଗ୍ରହୀ ପ୍ରାର୍ଥୀମାନେ ୨୫ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଏସଏସସି ସିଜିଏଲ ୨୦୨୪ ପରୀକ୍ଷା ପାଇଁ ଆବେଦନ କରିପାରିବେ। 

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

ଏହା ମାଧ୍ୟମରେ ଗ୍ରୁପ୍ ବି ଗେଜେଟେଡ୍ ଏବଂ ଅଣ ଗେଜେଟେଡ୍ ପୋଷ୍ଟ ଏବଂ ଗ୍ରୁପ୍ ସି କର୍ମଚାରୀ ପଦବୀରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ। କର୍ମଚାରୀ ଚୟନ ଆୟୋଗ ଏପର୍ଯ୍ୟନ୍ତ ଏସଏସସି ସିଜିଏଲ ୨୦୨୪ ପରୀକ୍ଷା ତାରିଖର ବିଜ୍ଞପ୍ତି ପ୍ରକାଶ କରି ନାହାଁନ୍ତି। କିନ୍ତୁ କୁହାଯାଉଛି ଯେ, ଏସଏସସି ସିଜିଏଲ ୨୦୨୪ ଟିୟର ୧ ପରୀକ୍ଷା ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ କରାଯାଇପାରେ। 

କେମିତି କରିବେ ଆବେଦନ ?

ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ ଏବଂ ଏଥିପାଇଁ ସାରା ଦେଶରେ ପରୀକ୍ଷା କେନ୍ଦ୍ର ସୃଷ୍ଟି ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବ୍‌ସାଇଟ୍‌ ssc.gov.in କୁ ଯାଇ ଆବେଦନ କରିପାରିବେ।

ପ୍ରତିବର୍ଷ ଏସଏସସି ସିଜିଏଲ ପରୀକ୍ଷା ପାଇଁ ୨୦ ଲକ୍ଷରୁ ଅଧିକ ଯୁବା ପଞ୍ଜିକରଣ କରନ୍ତି। ଏସଏସସି ସିଜିଏଲ ୨୦୨୪ ପଦବୀ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍ ହେବା ଆବଶ୍ୟକ। ୧୮ ରୁ ୩୨ ବର୍ଷ ବୟସର ପ୍ରାର୍ଥୀମାନେ ଏସଏସସି ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ। 

ପ୍ରଥମେ ଏସଏସସି ସିଜିଏଲ ୧ ପରୀକ୍ଷା ହେବ । ଏଥିରେ ମନୋନୀତ ପ୍ରାର୍ଥୀମାନେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ଆସି ପହଞ୍ଚିବେ। ଏସଏସସି ସିଜିଏଲ ୨୦୨୪ ଆବେଦନ ଶୁଳ୍କ ହେଉଛି ୧୦୦ ଟଙ୍କା। ଏସଏସସି ସିଜିଏଲ ୨୦୨୪ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ବିଭାଗରେ ସରକାରୀ ଚାକିରି ପାଇପାରିବେ।