ଶ୍ରୀଦେବୀଙ୍କ ମୃତ୍ୟୁରେ ମୁହଁ ଖୋଲିଥିଲେ ଓଡ଼ିଶାର ଦୀପ୍ତି, ସରକାରଙ୍କୁ ଟାର୍ଗେଟ କରିଥିଲେ ଏବେ CBI ନେଲା ଆକ୍ସନ, ଜାଣନ୍ତୁ ପୁରା ଖବର

 
Sridevi
ଶ୍ରୀଦେବୀ ମୃତ୍ୟୁ ମାମଲାରେ ମିଳିଲା ଓଡ଼ିଶାର ଲିଙ୍କ । ଓଡ଼ିଶା ଝିଅ ଦୀପ୍ତି ପାଇଁ ଚାର୍ଜସିଟ୍ ଜାରି କଲା CBI । ତେବେ କଣ ରହିଛି ପୁରା ମାମଲା । ହଠାତ୍ ମୃତ୍ୟୁ ମାମଲାକୁ ନେଇ କାହିଁକି ବର୍ତ୍ତମାନ ତତ୍ପରତା ଦେଖାଇଛି CBI । ଏଥିରେ ଓଡ଼ିଶାର ଝିଅ ତଥା ୟୁଟୁବର୍ ଦିପ୍ତିଙ୍କର କଣ ରହିପାରେ ଲିଙ୍କ ।

ଏପରି ଅନେକକୁ ନେଇ ଉଠୁଛି ପ୍ରଶ୍ନ । ତେବେ ଏହା ଏକ ଷଡ଼ଯନ୍ତ୍ର ନା ସତ୍ୟତା । ଶ୍ରିଦେବୀଙ୍କ ମୃତ୍ୟୁ ମାମଲାକୁ ନେଇ ଦୀପ୍ତି ଓ ଆଇନଜୀବୀ ସୁରେଶ ଏକ ଦସ୍ତାବିତ୍ ଉପସ୍ଥାପନା କରିଥିଲେ ।

Sridevi

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏହି ଦସ୍ତାବିତ୍ କୁ ନେଇ ପ୍ରତିବାଦ କରିଥିଲେ ଆଇନଜୀବୀ ଚାନ୍ଦିନୀ । ଚାନ୍ଦିନୀ ଏହାକୁ ଜାଲ ଦସ୍ତାବିତ୍ ବୋଲି ଓଲଟା ଅଭିଯୋଗ ଆଣିଥିଲେ । ଏହି ଆଧାରରେ ବର୍ତ୍ତମାନ CBI ଚାନ୍ଦିନୀ ଓ ସୁରେଶଙ୍କ ଉପରେ ଚାର୍ଜ ସିଟ୍ ଜାରି କରିଛି ।

ଗତ ଡ଼ିସେମ୍ବର ୨ ତାରିଖ ଦିନ CBI ଚାନ୍ଦିନୀଙ୍କ ଘର ଉପରେ ରେଡ୍ କରିଥିଲେ । ସେଠାରୁ ତାଙ୍କର ଫୋନ୍ , ଲାପଟପ୍ ଓ ଅନ୍ୟାନ୍ୟ କାଗଜ ପତ୍ର ଜବତ୍ କରିଛି । ତେବେ ଏ ନେଇ ଚାନ୍ଦିନୀ କହିଛନ୍ତି ଏହା ଏକ ଷଡ଼ଯନ୍ତ୍ର ସରକାରଙ୍କ ଦୋଷ ଘୋଡାଇବା ପାଇଁ CBI ର ଏହା ଏକ ପ୍ରୟାସ ।