ଦେଖନ୍ତୁ ଭିଡ଼ିଓ: ନଦୀ ଭିତରେ ଅଛି ପ୍ରେତଆତ୍ମା, କୁମ୍ଭୀର ଦେହରେ ପଶି ନେଲାଣି 2 ଜୀବନ, ଖୋଜୁଛି ଖାଲି ମଣିଷ ରକ୍ତ

 
Kumbhira

କିଛିଦିନ ତଳେ ଯାଜପୁରରେ ଜଣେ ମହିଳା ନଦୀ ପାଣିରେ ଲୁଗା ସଫା କରୁଥିବା ବେଳେ ଏକ ଏକ କୁମ୍ଭୀର ଟାଣି ନେଇ ଖାଇଦେଇଥିଲା। ଏହି ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପଲଟିଥିବା ବେଳେ ଏଥିନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋସ ଦେଖିବାକୁ ମିଳିଥିଲା। 

ତେବେ, ଏହା କୁମ୍ଭୀର ନୁହେଁ ବରଂ ଏକ ଭୟଙ୍କର ପ୍ରେତଆତ୍ମା ଏଭଳି କାଣ୍ଡ କରିଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଲୋକଙ୍କ କହିବା ଅନୁଯାଇ ଏହି ନଦୀଟି ବର୍ତ୍ତମାନ ଅଭିଶପ୍ତ ହୋଇ ଯାଇଛି।

ଏହା ଉପରେ ଏକ ଦୁଷ୍ଟ ପ୍ରେତଆତ୍ମାର ପ୍ରଭାବ ରହିଛି। ଏହି ପ୍ରେତଆତ୍ମା କୁଆଡେ କେବଳ ମଣିଷ ରକ୍ତ ଚାହୁଁଛି। ଏଥିପାଇଁ କୁମ୍ଭୀର ଭିତରେ ପଶି ସେ ଉକ୍ତ ମହିଳାଙ୍କୁ ଟାଣି ନେଇଥିଲା। ଏବେ ସେହିଭଳି ଭାବରେ ଆଉ ଜଣେ ଯୁବକଙ୍କ ଜୀବନ ଚାଲି ଯାଇଛି। 

ଯୁବକ ଜଣକ ଉକ୍ତ ନଦୀ ଉପରେ ଥିବା ପୋଲ ଉପରେ ଯାଉଥିବା ବେଳେ ହଠାତ ପାଣି ଭିତରକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀର ସତଚେଷ୍ଟା ସତ୍ତ୍ୱେ ଯୁବକଙ୍କୁ ଉଦ୍ଧାର କରାଯାଇପାରିନଥିଲା। ଏବେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ଉକ୍ତ ଯୁବକଙ୍କୁ ପ୍ରେତଆତ୍ମା ଟାଣି ନେଇଥିବା ସ୍ଥାନୀୟ ଲୋକେ କହୁଛନ୍ତି। ତେବେ, ଏହା ଅସାବଧାନତା ଅଥବା ସତରେ ପ୍ରେତଆତ୍ମାର କାଣ୍ଡ ସେଥିନେଇ ଚର୍ଚ୍ଚା ଜୋର୍ ଧରିଛି।