ଗବେଷଣାରେ ହେଲା ବଡ଼ ଖୁଲାସା! ଚାକିରୀ ଜୀବନ ହେତୁ ହ୍ରାସ ପାଉଛି ପୁରୁଷଙ୍କ ସ୍ପର୍ମ କାଉଣ୍ଟ, ଜାଣନ୍ତୁ ପୂରା ଖବର

ଦିନକୁ ଦିନ ମଣିଷର ଜୀବନଶୈଳୀ ବଦଳିବାରେ ଲାଗିଛି ଯାହାର ସିଧାସଳଖ ପ୍ରଭାବ ଉଭୟେ ପୁରୁଷ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି। ତେବେ, ସବୁଠାରୁ ଅଧିକ ପ୍ରଭାବ ପୁରୁଷମାନଙ୍କ ଉପରେ ପଡିଛି। ଚାକିରୀ କରୁଥିବା ପୁରୁଷମାନଙ୍କ ଠାରେ ଶୁକ୍ରାଣୁ ହ୍ରାସ ପାଉଥିବା ନେଇ ଡାକ୍ତରମାନେ ମତ ଦେଇଛନ୍ତି।
ହାଭାର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ଅନୁଯାଇ ସ୍ପର୍ମ କାଉଣ୍ଟ କମିବ କିମ୍ବା ବଢ଼ିବ ତାହା ପୁରୁଷମାନଙ୍କ ଚାକିରୀ ଏବଂ ସେମାନେ କରୁଥିବା କାମ ଉପରେ ନିର୍ଭର କରିଥାଏ। ବୈଜ୍ଞାନିକମାନେ ଫର୍ଟିଲିଟି ସେଣ୍ଟରରେ ଚିକିତ୍ସିତ ହେଉଥିବା ୩୭୭ ଜଣ ପୁରୁଷଙ୍କ ଉପରେ ଗବେଷଣା ଆରମ୍ଭ କରିଥିଲେ। ସେମାନଙ୍କ ମଧ୍ୟରେ ଚାକିରୀ କରୁଥିବା ବ୍ୟକ୍ତିମାନଙ୍କର ଆକ୍ଟିଭିଟି ଉପରେ ସମୀକ୍ଷା କରାଯିବା ସହିତ ଜବ୍ ଶିଫ୍ଟ ପ୍ୟାଟର୍ଣ୍ଣକୁ ମଧ୍ୟ ଫଲୋ କରାଯାଇଥିଲା।
ଏହା ବ୍ୟତୀତ ଏହି ରିସର୍ଚ୍ଚରେ ୫୩ଟି ଦେଶର ୫୭ ହଜାର ପୁରୁଷଙ୍କ ଶୁକ୍ରାଣୁ ସମ୍ବନ୍ଧିତ ଡାଟାକୁ ସାମିଲ କରାଯାଇଥିଲା। ୧୯୭୨ ମସିହା ଠାରୁ ଆରମ୍ଭ କରି ୨୦୧୮ ମଧ୍ୟରେ ପୁରୁଷଙ୍କର ସ୍ପର୍ମ ଇଜାକୁଲେସନ ୧୦୧ ମିଲିଅନ ହ୍ରାସ ପାଇ ୪୯ ମିଲିଅନରେ ପହଞ୍ଚିଥିବା ଜଣାପଡ଼ିଛି। ୧୯୭୦ରୁ ବର୍ତ୍ତମାନ ସୁଦ୍ଧା ପୁରୁଷଙ୍କ ସ୍ପର୍ମ କାଉଣ୍ଟ ୫୦ ପ୍ରତିଶତ ହ୍ରାସ ପାଇଛି। ଘଣ୍ଟା ଘଣ୍ଟା ଧରି ଚୌକିରେ ବସି କାମ କରିବା ଏବଂ ଖରାପ ଖାଦ୍ୟଅଭ୍ୟାସ ହିଁ ଏଥିପାଇଁ ଦାୟୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।