ଦେଖନ୍ତୁ ଭିଡ଼ିଓ: ସାପ ସହ ଖେଳିବା ପଡ଼ିଲା ଭାରି, ହଠାତ ଯୁବକଙ୍କ ପ୍ରାଇଭେଟ ପାର୍ଟକୁ ଆକ୍ରମଣ କଲା ସାପ, ଆଉ ତାପରେ….

 
Sapa

ସରୀସୃପମାନଙ୍କ ମଧ୍ୟରେ ସାପ ସବୁଠାରୁ ବିଷାକ୍ତ ଏବଂ ଆକ୍ରମକ ପ୍ରଜାତିର ହୋଇଥାଏ। ବିଷାକ୍ତ ସାପ କାମୁଡ଼ିଲେ ନିମିଶକ ମଧ୍ୟରେ ଲୋକଙ୍କ ଜୀବନ ଚାଲି ଯାଉଥିବା ବେଳେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ସାପ ସହିତ ଖେଳିବାକୁ ଏବଂ ଏହାକୁ ଧରିବା ପାଇଁ ଭଲ ପାଆନ୍ତି। କିନ୍ତୁ, ବେଳେ ବେଳେ ଏପରି କାରନାମା କରିବା ମଣିଷକୁ ଭାରି ପଡ଼ିଯାଏ।

ଏହିଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସାପ ସହ ଖେଳୁଥିବା ବେଳେ ସାପଟି ଉକ୍ତ ଯୁବକଙ୍କ ପ୍ରାଇଭେଟ ପାର୍ଟକୁ କାମୁଡ଼ି ଧରିଥିବା ଦେଖିବାକୁ ମିଳୁଛି। ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଯୁବକ ଜଣକ ପ୍ରଥମେ ସାପର ଲାଞ୍ଜକୁ ଧରି ଖେଳୁଛନ୍ତି, ଏହି ସମୟରେ ସାପଟି ତାଙ୍କୁ କାମୁଡ଼ିବାକୁ ଚେଷ୍ଟା କରିଥିଲେ ହେଁ ଯୁବକ ବଞ୍ଚି ଯାଉଛନ୍ତି। କିନ୍ତୁ, ଦ୍ଵିତୀୟ ଥର ସାପଟି ତାଙ୍କ ପ୍ରାଇଭେଟ ପାର୍ଟକୁ କାମୁଡ଼ି ଦେଉଛି।

ଦେଖନ୍ତୁ ଭିଡ଼ିଓ:-

ସାପଟି ପ୍ରାଇଭେଟ ପାର୍ଟକୁ କାମୁଡିବା ପରେ ଯୁବକ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖିବାକୁ ମିଳିଥାଏ। ତେବେ, ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି ଏହାକୁ ଏପର୍ଯ୍ୟନ୍ତ ୧୬ ଲକ୍ଷରୁ ଅଧିକ ଲୋକେ ପସନ୍ଦ କରିବା ସହ ଏଥିରେ ଅନେକ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।