ଦେଖନ୍ତୁ ଭିଡ଼ିଓ: ଗୀତ ଗାଇଲେ ଏହି ସୁନ୍ଦରୀ ଗାୟିକା ଏବଂ ହଠାତ ଷ୍ଟେଜ୍ ଉପରକୁ ଜଣେ ପ୍ରଶଂସକଙ୍କୁ ଡାକି ତାଙ୍କ ମୁହଁରେ ପରିସ୍ରା କଲେ

 
Sofia urista

ଷ୍ଟେଜ୍ ଉପରେ ଗୀତ ପରିବେଷଣ କରୁ କରୁ ସର୍ବସମ୍ମୁଖରେ ପ୍ରଶଂସକଙ୍କ ମୁହଁରେ ପରିସ୍ରା କରିଦେଲେ ପ୍ରସିଦ୍ଧ ଗାୟିକା ସୋଫିଆ ଉରିସ୍ତା। ସୋଫିଆ କରିଥିବା ଏଭଳି କାଣ୍ଡର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ଦେଖି ଲୋକେ ତାଙ୍କୁ ଖୁବ ସମାଲୋଚନା କରୁଛନ୍ତି। ତେବେ, ସୋଫିଆ ଏଭଳି କାହିଁକି କରିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।

Sofia utista

ଭାଇରାଲ ହେଉଥିବା ଭିଡ଼ିଓରେ ସୋଫିଆ ଷ୍ଟେଜ୍ ଉପରେ ଗୀତ ଗାଇବା ସହ ଏହାର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଥିଲା। ଏହାରି ଭିତରେ ସେ ଜଣେ ପ୍ରଶଂସକଙ୍କୁ ଷ୍ଟେଜ ଉପରକୁ ଡାକି ତଳେ ଶୁଆଇ ଦେଇଥିଲେ। ବ୍ୟକ୍ତି ଜଣକ କିଛି ବୁଝିବା ଆଗରୁ ସୋଫିଆ ନିଜ ପ୍ୟାଣ୍ଟ ଖୋଲି ତାଙ୍କ ମୁହଁ ଉପରେ ପରିସ୍ରା କରି ଦେଇଥିଲେ। ଏହି ଘଟଣା ପରେ ଲୋକେ ସୋଫିଆଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି।

ଦେଖନ୍ତୁ ଭିଡ଼ିଓ:-

ଏହା ପୂର୍ବରୁ ମଧ୍ୟ ସୋଫିଆ ନିଜର ସମାଲିଙ୍ଗୀ ସମ୍ପର୍କକୁ ନେଇ ବେସ ବିବାଦୀୟ ହୋଇ ପଡ଼ିଥିଲେ। କିନ୍ତୁ, ଏଥର ସେ ଯେଉଁ କାମ କରିଛନ୍ତି ତାକୁ ଲୋକେ ଗ୍ରହଣ କରି ପାରୁନାହାନ୍ତି। ଅବଶ୍ୟ ସୋଫିଆ ଏଥିନେଇ ସୋସିଆଲ ମିଡିଆରେ କ୍ଷମା ପାର୍ଥନା କରିଛନ୍ତି। ସେ କହିଛନ୍ତି ଯେ,"ମୁଁ ସବୁବେଳେ ମୋ ଗୀତ ଏବଂ ଟ୍ୟାଲେଣ୍ଟକୁ ନେଇ ଆଗକୁ ବଢିବାକୁ ଚେଷ୍ଟା କରିଥାଏ। କିନ୍ତୁ, ଏହି ଘଟଣା ପାଇଁ ମୁଁ ସମସ୍ତଙ୍କ ଆଗରେ କ୍ଷମା ପାର୍ଥନା କରୁଛି"। ସୋଫିଆ କ୍ଷମା ମାଗିବା ସତ୍ତ୍ୱେ ଇଣ୍ଟରନେଟରେ ତାଙ୍କୁ ନେଇ ଟ୍ରୋଲିଂ କମ ହେବାର ନାଁ ଧରୁନାହିଁ।