କୋର୍ଟର ଅଜବ୍ ନିଷ୍ପତ୍ତି! ୧୦ ସେକେଣ୍ଡ ପାଇଁ ଝିଅ ସହିତ ‘ଖରାପ କାମ’ କରିବା ଅପରାଧ ନୁହେଁ, କାରଣ...

 
Harrasment

ଯୁବତୀ ଏବଂ ମହିଳା ମାନଙ୍କ ସହିତ ଯୌନ ନିର୍ଯ୍ୟାତନା କରିବା ଏକ ସାଙ୍ଘାତିକ ଅପରାଧ ଭାବରେ ଗଣା ଯାଇଥାଏ। ସାରା ବିଶ୍ୱରେ ଏହି ଅପରାଧ ପାଇଁ କଠୋର ରୁ କଠୋର ଦଣ୍ଡ ବିଧାନ ମଧ୍ୟ ରହିଛି। ତେବେ, ଇଟାଲୀରେ ଏକ ଯୌନ ଶୋଷଣ ମାମଲାକୁ ନେଇ ନ୍ୟାୟାଳୟ ତରଫରୁ ବିଚିତ୍ର ରାୟ ଦିଆଯାଇଥିଲା ଯାହାକୁ ନେଇ ସାରା ବିଶ୍ୱରେ ବିରୋଧର ସ୍ୱର ସୃଷ୍ଟି ହୋଇଛି। 

Verdict

ମିଳିଥିବା ସୂଚନା ଅନୁଯାଇ ହାଇସ୍କୁଲରେ ପଢ଼ୁଥିବା ଜଣେ ୧୭ ବର୍ଷୀୟା ବାଳିକା ନିଜ ଶ୍ରେଣୀକୁ ଯାଉଥିଲେ। ସେତିକିବେଳେ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ବୃଦ୍ଧ କେୟାରଟେକର୍ ତାଙ୍କ ପ୍ୟାଣ୍ଟ ତଳକୁ ଟାଣିବାକୁ ଚେଷ୍ଟା କରିଥଲେ। ଏପରିକି ସେ ତାଙ୍କ ଅନ୍ତବସ୍ତ୍ରକୁ ମଧ୍ୟ ଧରି ପକାଇଥିଲେ। ପରବର୍ତ୍ତୀ ସମୟରେ ସେ ମଜାକ୍ କରୁଥିବା କହି ସେଠାରୁ ଖସି ଯିବାପାଇଁ ଚେଷ୍ଟା କରିଥିଲେ। 

Sexual harrasment

କିନ୍ତୁ, ନାବାଳିକାଙ୍କୁ ଏହା ଭଲ ନ ଲାଗିବାରୁ ସେ ତୁରନ୍ତ ଏଥିନେଇ ଥାନାରେ ଅଭିଯୋଗ କରିଥିଲେ। ଯାହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶୁଣାଣି ସମୟରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ ହେଁ ସେ ଏପରି କାମ ମଜାରେ କରିଥିବା କହିଥିଲା। ପୀଡିତାଙ୍କ ଓକିଲ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଯୁକ୍ତି ବାଢିଥିଲେ ହେଁ ଉପସ୍ଥିତ ଜଜ୍ ଅଭିଯୁକ୍ତକୁ ନିର୍ଦୋଷ କରାଇ ଦେଇଥିଲେ। 

Harrasment

ଅପରାଧ ୧୦ ସେକେଣ୍ଡରୁ କମ୍ ସମୟ ଧରି ଘଟିଥିଲା, ଯାହାକି ଅପରାଧର ମାନଦଣ୍ଡକୁ ପୂରଣ କରୁନାହିଁ ବୋଲି ସେ କହିଥିଲେ। ଏହି ଘଟଣା ଘଟିବା ପରେ ଖବରଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଅନେକ ଲୋକେ ଏପରିକି ସେଲିବ୍ରିଟିମାନେ କୋର୍ଟର ଏଭଳି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରୁଥିବା ଦେଖିବାକୁ ମିଳିଛି।