ସାମସଙ୍ଗ କେୟାର ବିରୁଦ୍ଧରେ ଅଭିଯୋଗ ଆଣିଲେ ସ୍ତ୍ରୀ କହିଲେ,"ମୋ ସ୍ୱାମୀ ଡୁପ୍ଲିକେଟ୍ ମାଲ୍ ବିକୁଛନ୍ତି, ଅନ୍ୟ ସହ ସେକ୍ସ କରି ମତେ….

 
Alligation against samsung

ସ୍ତ୍ରୀକୁ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେବା ପଡିଲା ମହଙ୍ଗା, ପଦାକୁ ଆସିଗଲା ସାମସଙ୍ଗ କେୟାରର କଳା କାରନାମା। ସହିଦନଗର ସ୍ଥିତ ସାମସଙ୍ଗ କେୟାରରେ ଗ୍ରାହକଙ୍କ ଫୋନରେ ନକଲି ପାର୍ଟସ୍ ଲଗାଯାଇ ଅସଲି ପାର୍ଟସ୍ କୁ ରାଜ୍ୟ ବାହାରେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇଛି।

ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି ଖୋଦ୍ ଉକ୍ତ ମୋବାଇଲ କେୟାର ସେଣ୍ଟରର ସ୍ଲିପିଂ ପାର୍ଟନର୍ ଗୌରୀ ସାମଲ। ଅଭିଯୋଗ ଅନୁଯାଇ କେୟାରର ମାଲିକ ଦୁର୍ଗା ସାମଲ ଗୌରିଙ୍କୁ ୬ ବର୍ଷ ତଳେ ବିବାହ କରିଥିଲେ। କିନ୍ତୁ, ବିବାହ ପରେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖୁଥିବା ଏବଂ ଗୌରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ନକଲି ପାର୍ଟସ୍ ବିକୁଥିବା ସମ୍ପର୍କରେ ପଚାରିବାରୁ ସ୍ୱାମୀ ତାଙ୍କୁ ମାଡ଼ ମାରିଥିବା କହିଛନ୍ତି ଗୌରୀ।

ମିଳିଥିବା ସୂଚନା ଅନୁଯାଇ ଗୌରୀ ତାଙ୍କ ସ୍ୱାମୀଙ୍କ ସହ ମିଶି ସହିଦ ନଗରରେ ଏହି ମୋବାଇଲ ସର୍ଭିସ ସେଣ୍ଟର ଖୋଲିଥିଲେ। କିଛି ଦିନ ପରେ ସ୍ବାମୀ ସର୍ଭିସିଂ ସେଣ୍ଟରର ଜଣେ ମହିଳାଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିବା ଗୌରୀ ଦେଖିବାକୁ ପାଇଥିଲେ। ଏହାର ପ୍ରତିବାଦ କରିବାରୁ ତାଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଏବଂ ସ୍ୱାମୀଙ୍କର ନିଜ ଭାଉଜ ଓ ଘର ଚାକରାଣୀ ସହିତ ଖରାପ ସମ୍ପର୍କ ଥିବା କଥା ଗଣମାଧ୍ୟମକୁ କହିଛନ୍ତି ଗୌରୀ।

ଏ ସମ୍ପର୍କରେ ସେ ସହିଦନଗର ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ତେଣୁ, ଗତକାଲି ବାଧ୍ୟ ହୋଇ ଗୌରୀ ଏ ସଂକ୍ରାନ୍ତରେ ଡିସିପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସହିଦ ନଗର ଥାନା ଅଧିକାରୀ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ଆସିସାରିଛି। ତେଣୁ, ପୋଲିସର ସଠିକ କାର୍ଯ୍ୟକାରିତା କୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।