ଦେଖନ୍ତୁ ଭିଡ଼ିଓ: ବିଧାନସଭା ଆଗରେ ଆନ୍ଦୋଳନ କରୁଥିବା ସାନଲିସା ପଟେଲ ସହ ମିଶିଲେ ବୁଦ୍ଧାଦିତ୍ୟ, କହିଲେ ଏମିତି

 
Sana lisa

ଗତ କିଛି ମାସ ହେବ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀରେ ବେସ୍ କିଛି ବାଦ ବିବାଦ ଦେଖିବାକୁ ମିଳୁଛି। ଇଣ୍ଡଷ୍ଟ୍ରୀ ମଧ୍ୟରେ ଫାଟ ସୃଷ୍ଟି ହେବା ସହିତ ବିଭିନ୍ନ କାରଣ ହେତୁ ପ୍ରଯୋଜକ ଏବଂ କଳାକାରଙ୍କୁ କ୍ଷତି ସହିବାକୁ ପଡୁଛି। ଏଭଳି ହିଁ ନ୍ୟାୟ ପାଇଁ ପ୍ରଯୋଜିକା ସନଲିସା ପଟେଲ ବିଧାନସଭା ଆଗରେ ବର୍ତ୍ତମାନ ଧାରଣାରେ ବସିଛନ୍ତି।

Lisa

ଏଥିସହିତ ଓଲିଉଡ ବିବାଦ ଯୋଗୁଁ ଯେଉଁ ଚଳଚିତ୍ର ନିର୍ମାତାଙ୍କର କ୍ଷତି ହୋଇଛି ସେମାନେ ତାଙ୍କ ସହ ଧାରଣାରେ ଯୋଗଦେବା ପାଇଁ ମଧ୍ୟ ସେ ଆହ୍ଵାନ ଦେଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ବଞ୍ଚାଅ ଲେଖା ଥିବା ଅନେକ ପ୍ଲାକାର୍ଡ ଧରି ସାନଲିସା ଧାରଣା ଦେଉଥିବା ଦେଖିବାକୁ ମିଳିଛି।

ଖାସ୍ କରି ଟିକେଟ ଆଉ ହଲକୁ ନେଇ ହେଉଥିବା ସମସ୍ୟା ପାଇଁ ସେ ଆନ୍ଦୋଳନରେ ବସିଥିବା କହିଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସିନେମା ହଲ୍ ନଥିବା ହେତୁ ସିନେ ନିର୍ମାତାମାନେ ଅସୁବିଧାର ଶିକାର ହେଉଥିବା କୁହାଯାଇଛି।

Strike

ଏହି ଧାରଣା ରେ ତାଙ୍କ ସହିତ ଅଭିନେତା ବୁଦ୍ଧଆଦିତ୍ୟ ମଧ୍ୟ ଯୋଗ ଦେଇଛନ୍ତି। ସେ କହିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିର କଣ ସବୁ ସମସ୍ୟା ରହିଛି ସେ ସବୁ ସାମ୍ନାକୁ ଆଣିବା ପାଇଁ ସନଲିସା ଧାରଣାରେ ବସିଛନ୍ତି। ଏହି ଆନ୍ଦୋଳନରେ ସେ ସାନଲିସାଙ୍କ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧାରଣା ଦେଉଥିବା ମଧ୍ୟ ସୂଚନା ଦେଇଛନ୍ତି।

ବୁଦ୍ଧାଆଦିତ୍ୟ ଏହା ମଧ୍ୟ କହିଛନ୍ତି ଯେ ସାରା ଓଡ଼ିଆ ଇଣ୍ଡଷ୍ଟ୍ରି ମଧ୍ୟ ସନଲିସାଙ୍କୁ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସହଯୋଗ କରୁଛି ।ଆଉ ଯେଉଁ ମାନେ ଜାଣି ପାରିନାହାନ୍ତି ସେମାନେ ଆସି ଏବେ ଏହି ଆନ୍ଦୋଳନରେ ଯୋଗଦିଅନ୍ତୁ। ତେବେ ଏହି ଆନ୍ଦୋଳନର ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ:- କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ କଣ ପାଇଁ ମୁରୁଜ ପଡିଥାଏ ଜାଣନ୍ତୁ ଏହା ପଛର ପୌରାଣିକ ରହସ୍ୟ