୫୬ ବର୍ଷରେ ଏମିତି କହି ବଡ଼ ଖୁଲାସା କଲେ ସଲମାନ ଖାନ୍, ଏବେ ବିବାହ ନକରି ହେବାକୁ ଯାଉଛନ୍ତି ପିତା

 
Salman khan

ଆଜିକାଲି କେବଳ ହଲିଉଡ଼ ନୁହେଁ ବରଂ ବଲିଉଡ଼ର ଅଭିନେତା ଅଭିନେତ୍ରୀମାନେ ସନ୍ତାନ ସୁଖଃ ପାଇବା ପାଇଁ ସରୋଗେସି ପଦ୍ଧତି ଅପଣାଉଛନ୍ତି। ବିଗତ ଦିନ ମାନଙ୍କରେ ବଲିଉଡ୍‌ର ଅମୀର ଖାନଙ୍କ ପତ୍ନୀ କିରଣ ରାଓ, ଶାହରୁଖ ଖାନଙ୍କ ପତ୍ନୀ ଗୌରୀ, ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ସରୋଗେସି ମାଧ୍ୟରେ ସନ୍ତାନ ଜନ୍ମ ଦେଇଛନ୍ତି। ଏପରିକି ବଲିଉଡ଼ର ଚୁଲବୁଲି ନାୟିକା ପ୍ରୀତି ଜିଣ୍ଟା ମଧ୍ୟ ଏହି ପଦ୍ଧତିରେ ଦୁଇ ଦୁଇଟି ସନ୍ତାନ ପ୍ରାପ୍ତ କରିଛନ୍ତି।

Salman

 ତେବେ, ବଲିଉଡ଼ ସୁପରଷ୍ଟାର ସଲମାନ ଖାନ ମଧ୍ୟ ସରୋଗେସି ମାଧ୍ୟମରେ ବାପା ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ବଲିଉଡ଼ର ମୋଷ୍ଟ ଏଲିଯିବଲ୍ ବ୍ୟାଚେଲର୍ କୁହାଯାଉଥିବା ସଲମାନ ଏପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି। ଆଜି ଡିସେମ୍ବର ୨୭ ତାରିଖରେ ସଲମାନ ୫୬ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ବିବାହକୁ ନେଇ କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ, ଜୀବନରେ ସେ ଥରେ ବାପା ନିଶ୍ଚିତ ହେବେ ବୋଲି ସଲମାନ ଅନେକ ଥର କହି ସାରିଛନ୍ତି।

With baby

ସଲମାନ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ବେଳେ ତାଙ୍କର ଉତ୍ତରାଧିକାରୀ କୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ତେବେ, ସେ ବିବାହ କରନ୍ତୁ କି ନ କରନ୍ତୁ କିନ୍ତୁ ନିଶ୍ଚିତ ଭାବରେ ବାପା ହେବାକୁ ଚାହାଁନ୍ତି ବୋଲି ସଲମାନ ସ୍ପଷ୍ଟ କରିଛନ୍ତି। ସଲମାନଙ୍କର ଏହି କଥା ସିଧାସଳଖ ଭାବରେ ସରୋଗେସି ଆଡକୁ ଇଙ୍ଗିତ କରୁଛି ନିଶ୍ଚିତ।