ଭାରତର ରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ କିଏ ପାଆନ୍ତି ଅଧିକ ଦରମା? ଜାଣନ୍ତୁ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଉପ ରାଷ୍ଟ୍ରପତିଙ୍କ ଦରମା

 
India president prime minister

ଭାରତ ଏକ ଗଣତାନ୍ତ୍ରିକ ଦେଶ ଅଟେ । ଯେଉଁଠାରେ ଶାସନର ବିଭିନ୍ନ ସ୍ତର ରହିଛି । ବିଭିନ୍ନ ସ୍ତରରେ ଭିନ୍ନ ଭିନ୍ନ ପଦବୀର ଲୋକେ ଶାସନ କରନ୍ତି ଏବଂ ସମସ୍ତଙ୍କର ଏକ ନିର୍ଦ୍ଧିଷ୍ଟ ଦରମା ରହିଥାଏ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଭାରତ ଏକ ସଂସଦୀୟ ଗଣତାନ୍ତ୍ରିକ ଦେଶ ହୋଇ ଥିବାରୁ ଏଠାରେ ରାଷ୍ଟ୍ରପତିଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । କିନ୍ତୁ ରାଷ୍ଟ୍ରପତି ଦେଶର ମୁଖ୍ୟ ହୋଇଥାନ୍ତି ।

E

ତେବେ କଣ ଆପଣ କେବେ ଭାବିଛନ୍ତି ଭାରତ ଭଳି ଏତେ ବଡ଼ ଏକ ଦେଶକୁ ଚଳାଉଥିବା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦରମା କେତେ ? ସେମାନେ କେତେ ଦରମା ପାଇଥାନ୍ତି ଓ କଣ କଣ ସୁବିଧା ପାଇଥାନ୍ତି ? ତେବେ ଜାଣନ୍ତୁ ଭାରତର ମୁଖ୍ୟ ଶାସନ ପଦବୀରେ ରହିଥିବା ବ୍ୟକ୍ତି ବିଶେଷ କେତେ ଦରମା ପାଇଥାନ୍ତି

ଦେଶରେ ରାଷ୍ଟ୍ରପତିଙ୍କ ଦରମା ସବୁଠାରୁ ଅଧିକ ଦରମା ପାଆନ୍ତି ଯାହାକି ୫ଲକ୍ଷ ଟଙ୍କା ଅଟେ । ଏହିପରି ପ୍ରଧାନମନ୍ତ୍ରୀ ୨ ଲକ୍ଷ ୮୦ହଜାର ପାଇଥାନ୍ତି ଏବଂ ଦେଶର ଉପରାଷ୍ଟ୍ରପତି ୪ ଲକ୍ଷ ପାଇଥାନ୍ତି ।

ଏହା ପରେ ଆମେ କଥା ହେବା ରାଜ୍ୟର ଗଭର୍ଣ୍ଣର ମାନେ ରାଜ୍ୟପାଳଙ୍କ ଦରମା ଉପରେ । ପ୍ରତିଟି ରାଜ୍ୟର ଗଭର୍ଣ୍ଣରଙ୍କର ଦରମା ପ୍ରାୟତଃ ସମାନ ରହିଥାଏ । ରାଜ୍ୟପାଳଙ୍କର ଦରମା ରହିଥାଏ ମାସିକ ୩ ଲକ୍ଷ ୫୦ ହଜାର ଟଙ୍କା । ଦରମାକୁ ଛାଡ଼ିଦେଲେ ରହିବାକୁ ଘର ମିଳିବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ ।