ଦେଖନ୍ତୁ ଭିଡ଼ିଓ: ନିମ୍ବ ଗଛରୁ ବାହାରୁଛି କ୍ଷୀର, ଲୋକେ ଭାବୁଛନ୍ତି ଅମୃତ ! ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

 
Neem

ନିମ୍ବ ଗଛରୁ ବାହାରୁଛି କ୍ଷୀର। ଏହି ନିମ୍ବ ଗଛକୁ ବର୍ଷ ବର୍ଷ ଧରି ଲୋକେ ପୂଜା କରି ଆସୁଥିବା ବେଳେ ଏହାର ଦେହରୁ ଧଳା ଧଳା କ୍ଷୀର ଭଳି ପଦାର୍ଥ ବାହାରୁଥିବା ଜାଣି ସ୍ଥାନୀୟ ଲୋକଙ୍କ ମନରେ ଉତ୍କଣ୍ଠା ଜାତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଖଡ଼ିକାପାଲ୍ଲି ଗାଁରେ ଏଭଳି ଘଟଣା ଘଟୁଥିବା ବେଳେ ଗଛକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଛୁଟୁଛି। ଅନ୍ୟପକ୍ଷରେ ଏହା କୌଣସି ଅଲୌକିକ ଘଟଣା ନୁହେଁ ବରଂ ଏକ ପ୍ରାକୃତିକ ଘଟଣା ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି।

Neem

ମିଳିଥିବା ସୂଚନା ଅନୁଯାଇ ଖଡ଼ିକାପାଲ୍ଲି ଗାଁରେ ଅନେକ ବର୍ଷ ହେବ ପୂଜା ପାଇ ଆସୁଥିବା ନିମ୍ବ ଗଛ ଦେହରୁ ଗତ କିଛି ଦିନ ହେବ ଧଳା ଧଳା କିଛି ତରଳ ପଦାର୍ଥ ବାହାରୁଥିବା ଦେଖାଯାଇଥିଲା। ଏହା ଏକ ଅଲୌକିକ ଘଟଣା ଏବଂ ନିମ୍ବ ଗଛରେ ଦେବତା ପ୍ରବେଶ କରିଥିବା ଭାବି ଲୋକେ ଏହାକୁ ପୂଜାଅର୍ଚ୍ଚନା କରିଥିଲେ। ଏପରିକି କିଛି ଲୋକେ ସେହି ତରଳ ପଦାର୍ଥକୁ ପିଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଗୋଟିଏ ପଟେ ଗାଁର ଜଣେ ମହିଳାଙ୍କ ଦେହରେ ଦେବୀ ଶବାର ହୋଇ ଏହି ନିମ୍ବ ଗଛ ଦାରୁ ହେବ ବୋଲି କହୁଥିବା ବେଳେ ଏହାକୁ ବିଜ୍ଞାନୀମାନେ ଖଣ୍ଡନ କରିଛନ୍ତି। ପଦାର୍ଥ ବିଜ୍ଞାନୀଙ୍କ କହିବା ମୁତାବକ ନିମ୍ବ ଗଛଟିଏ ୫୦ ବର୍ଷରୁ ଅଧିକ ପୁରୁଣା ହୋଇଗଲେ ଏଥିରେ ଟ୍ୟୁମର ସୃଷ୍ଟି ହୋଇଥାଏ ଯେଉଁଥିରେ ପାଣି ଜମିଯାଏ। ସମୟକ୍ରମେ ଏହି ଟ୍ୟୁମର ଫାଟିଗଲେ ସେଥିରେ ଥିବା ଧଳା ରଙ୍ଗର ଅଠା ଏବଂ ପାଣି ବାହାରକୁ ଆସିଥାଏ। କେବଳ ଏତିକି ନୁହେଁ ବରଂ ଗଛରେ କୌଣସି ପ୍ରକାର ଇଂଫେକ୍ସନ୍ ହେଲେ ମଧ୍ୟ ଏପରି ସମସ୍ୟା ଦେଖା ଦେଇଥାଏ। ତେଣୁ, ସେହି ତରଳ ପଦାର୍ଥକୁ ନ ପିଇବା ପାଇଁ ସେ ମତ ଦେଇଛନ୍ତି।