ଆମୀର ଖାନ୍ ଜାଲରେ ଆଉ ଜଣେ ସୁନ୍ଦରୀ ମୋଡେଲ୍ ! ସାଥି ଅଭିନେତ୍ରୀଙ୍କ ସହିତ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା….

 
Amir khan marriage

ଦୀର୍ଘ ୧୫ ବର୍ଷ ପରେ ଦ୍ଵିତୀୟ ପତ୍ନୀ କିରଣ ରାଓଙ୍କୁ ଛାଡ଼ପତ୍ର ଦେଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ଼ ସୁପରଷ୍ଟାର ଆମୀର ଖାଁ। ଏତେ ଦିନ ପର୍ଯ୍ୟନ୍ତ ହସଖୁସିରେ ସାଥି ହୋଇ ରହିବା ପରେ ଆମୀର-କିରଣ ଯୋଡ଼ି ବିଛିନ୍ନ ହେବା ଘଟଣା ସେମାନଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରିନଥିଲେ। ତେବେ, ଆମୀର ଏବେ ତୃତୀୟ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି।

Amir

ବଲିଉଡର ମିସ୍ଟର ପର୍ଫେକ୍ସନିଷ୍ଟ ଭାବରେ ଜଣାଶୁଣା ଆମୀର ବର୍ତ୍ତମାନ ତାଙ୍କର ଆଗାମୀ ଚଳଚିତ୍ର "ଲାଲ ସିଂ ଚଡ୍ଡା"ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଆମୀର ଏବଂ କରିନା କପୁର ଅଭିନୟ କରିବେ। ତେବେ, ଏହି ଚଳଚିତ୍ର ମୁକ୍ତିଲାଭ କରିବା ପରେ ପରେ ଆମୀର ତୃତୀୟ ବିବାହ କରିବାକୁ ନେଇ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

Amir kiran rao

ଆମୀର ତାଙ୍କର ସହିତ କାମ କରୁଥିବା ଜଣେ ସାଥି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମୀର ପ୍ରଥମେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ। ୨୦୦୫ ମସିହାରେ ସେମାନଙ୍କ ବିବାହ ବିଚ୍ଛଦ ହେବାପରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ରହିଛି।