ଛେଚା ଖାଇଲା ରସିକିଆ ସ୍ୱାମୀ: ଦ୍ଵିତୀୟ ପତ୍ନୀ ସହ କୁକର୍ମ କରି ଖସି ଯାଉଥିବା ବେଳେ ଧରିନେଲେ ଗାଁ ଲୋକେ ଏବଂ...

 
Beaten

ଉତ୍ପାତ ହେଉଥିବା ରସିକିଆ ସ୍ୱାମୀକୁ ହାତ ଗୋଡ଼ ବାନ୍ଧି ଛେଚିଲେ ସ୍ତ୍ରୀ ଘର ଏବଂ ଗାଁ ଲୋକେ। ରସିକିଆ ବାବୁ କୁଆଡ଼େ ତୃତୀୟ ବିବାହ କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ, ତାଙ୍କ ପତ୍ନୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରି ଏସିଡ ମାଡ଼ କରିବାର ଧମକ ଦେଇଥିଲା ଏହି ଯୁବକ। ପରବର୍ତ୍ତୀ ସମୟରେ ଗାଁ ଲୋକେ ତାକୁ କାବୁ କରିବା ସହ ବହେ ଛେଚିଥିଲେ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

Accused

ମିଳିଥିବା ସୂଚନା ଅନୁଯାଇ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍ ଖଇରା ଅଞ୍ଚଳର ଭାସ୍କର ସାହୁ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସରଶଙ୍ଖର ଆଉଜଣେ ଯୁବତୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ। କିଛି ଦିନ ଭଲ ଚାଲିଥିବା ବେଳେ ପରେ ଭାସ୍କର ନିଜ ଦ୍ଵିତୀୟ ପତ୍ନୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରି ଦେଇଥିଲେ। ଏହାପରେ ଦ୍ଵିତୀୟ ସ୍ତ୍ରୀକୁ ଛାଡ଼ପତ୍ର ନ ଦେଇ ଭାସ୍କର ତୃତୀୟ ବିବାହ କରିଥିଲେ।

Victim

ସେ ଗତ ୨ ମାସ ହେବ ତୃତୀୟ ବିବାହ କରିଥିବା ବେଳେ ଭାସ୍କର ଆଜି ତାଙ୍କ ଦ୍ଵିତୀୟ ପତ୍ନୀକୁ ଦେଖା କରିବା ପାଇଁ ଶ୍ୱଶୁର ଘରକୁ ଆସିଥିଲେ। ସେଠାରେ ପହଞ୍ଚିବା ପରେ ଭାସ୍କର ଏବଂ ଦ୍ଵିତୀୟ ପତ୍ନୀ ଭିତରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଭାସ୍କର ସ୍ତ୍ରୀକୁ ମାଡ଼ ମାରିବା ସହ ଏସିଡ଼ ଢାଳିଦେବାକୁ ଧମକ ଦେଇଥିଲେ। ଏପରି କାଣ୍ଡ କରି ସେ ଖସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଅଟକାଇ ହାତ ଗୋଡ ବାନ୍ଧି ନିର୍ଦ୍ଧୁମ୍‌ ଛେଚିଥିଲେ। ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣାଯାଇଛି।