ପରଘରେ ବାସନ ମାଜି ସ୍ୱାମୀକୁ କଲେ ସରକାରୀ ଅଫିସର୍, କିନ୍ତୁ ଚାକିରୀ ପାଇବା ପରେ ସ୍ୱାମୀ କଲା ଏମିତି

 
Husband

କିଛିଦିନ ହେବ ଖୁବ୍ ଚର୍ଚ୍ଚାରେ ରହିଛନ୍ତି SDM ଜ୍ୟୋତି ମୋର୍ଯ୍ୟା ଏବଂ ତାଙ୍କ ସ୍ୱାମୀ ଆଲୋକ ମୋର୍ଯ୍ୟା। ଆଲୋକ ପେସାରେ ଜଣେ କିରାଣୀ ହୋଇଥିବା ବେଳେ ନିଜ ସ୍ତ୍ରୀକୁ ପଢ଼ାଇ ସେ SDM କରାଇଥିଲେ। କିନ୍ତୁ, ଆଜି ସେହି ସ୍ତ୍ରୀ ତାଙ୍କୁ ଧୋକା ଦେଇ ଆଉ ଜଣଙ୍କ ସହିତ ଅବୈଧ ସମ୍ପର୍କ ରଖିବା ସହିତ ପାଲଟା ତାଙ୍କ ନାମରେ ଥାନାରେ ଏତଲା ଦେଇଛି। ତେବେ, ଏଭଳି ଘଟଣା କେବଳ ଏହିଠାରେ ଘଟିନାହିଁ ବରଂ ଏଭଳି ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି। 

SDM

ଘଟଣାଟି ମଧ୍ୟପ୍ରଦେଶରରେ ଘଟିଥିବା ବେଳେ ଏଠାରେ ଜଣେ ମହିଳା ପରଘରେ ବାସନ ମାଜି ନିଜ ସ୍ୱାମୀଙ୍କୁ ମଣିଷ କରାଇଥିଲେ ହେଁ ଆଜି ସେହି ସ୍ୱାମୀ ତାଙ୍କୁ ଧୋକା ଦେଇଛି। ମଧ୍ୟପ୍ରଦେଶର ମମତା ଓ କମ୍ରୁ ହଥିଲେ ନାମକ ଜଣେ ଦମ୍ପତି ୨୦୧୫ ରେ ପ୍ରେମ ବିବାହ କରିଥିଲେ। ସେତେବେଳେ କମ୍ରୁ ଡିଗ୍ରୀ ହାସଲ କରିଥିଲେ ହେଁ ଚାକିରୀ କରିନଥିଲେ। କିନ୍ତୁ, ବିବାହ ପରେ ମମତା ପରଘରେ ବାସନ ମାଜି ଏବଂ କାମ କରି ସ୍ୱାମୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବା ପାଇଁ ପ୍ରୋତ୍ସାହିତ କରି ଆସୁଥିଲେ। 

Mamata

ଶେଷରେ ସେମାନଙ୍କ ପରିଶ୍ରମ ବୃଥା ଯାଇନଥିଲା, କମ୍ରୁ ବାଣିଜ୍ୟକର ଭବନରେ ଟ୍ୟାକ୍ସ ଅଫିସର୍‌ ଭାବେ ଚାକିରି ପାଇଲେ। କିନ୍ତୁ, ଏବେ ସେ ମମତାଙ୍କ ସହିତ ରହିବାକୁ ଚାହୁଁନାହାଁନ୍ତି। ସେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସେଥିପାଇଁ ମମତାଙ୍କୁ ଛାଡପତ୍ର ଦେବା ସହିତ ମାସିକ ୧୨ ହଜ଼ାର ଟଙ୍କା ଦେବାକୁ ମଧ୍ୟ ରାଜି ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ସ୍ୱାମୀ ତାଙ୍କୁ ଧୋକା ଦେଇଥିବା ନେଇ ମମତା ଆଇନର ଦ୍ୱାରସ୍ତ ହୋଇଛନ୍ତି।