ସ୍ମାର୍ଟ ମିଟରରେ ଥିବା ଏହି ରେଡ୍ ଲାଇଟ ପାଇଁ ଅଧିକ ଉଠୁଛି ବିଲ୍! ଜାଣନ୍ତୁ କେତେ ୟୁନିଟ ଖାଏ ଏହି ରେଡ୍ ଲାଇଟ୍
ଏବେ ପ୍ରାୟତଃ ରାଜ୍ୟରେ ଉପଭୋକ୍ତା ମାନଙ୍କ ଘରେ ଲାଗିଥିବା ସାଧାରଣ ମିଟର୍ ବଦଳରେ ସ୍ମାର୍ଟ ମିଟର ବ୍ୟବହାର କରାଯାଉଅଛି। ତେବେ, ଏହି ସ୍ମାର୍ଟ ମିଟରରେ ଏକ ପ୍ରକାର ନାଲି ବତୀ ରହିଛି। ଯାହାକି ପ୍ରାୟ ସମୟ ଜଳୁଥିବାର ଦେଖିବାକୁ ମିଳିଥାଏ। ତେବେ, କଣ ଆପଣ ଜାଣନ୍ତି କି ଏହି ନାଲି ବତୀ ପାଇଁ ମଧ୍ୟ ଆପଣଙ୍କୁ ଅତ୍ୟଧିକ ବିଜୁଳି ବିଲ୍ ଦେବାକୁ ପଡୁଛି?
ତେବେ, ପ୍ରଥମେ ଆସନ୍ତୁ ଜାଣିବା ଏହି ନାଲି ବତୀର କାମ କ'ଣ। ପ୍ରକୃତରେ ପୂର୍ବରୁ ଯେଉଁ ନ୍ୟୁମରିକ୍ ବିଜୁଳି ମିଟର ବ୍ୟବହାର କରାଯାଉଥିଲା ସେଥିରେ କୌଣସି ସଂକେତକ ବତୀ ଦିଆଯାଉନଥିଲା।
ତେଣୁ ବିଜୁଳି ଚୋରି ହେବାର ଯଥେଷ୍ଟ ସମ୍ଭାବନା ରହୁଥିଲା। ଏବେ ସାଧାରଣ ମିଟର ବଦଳରେ ଡିଜିଟାଲ ମିଟର ବ୍ୟବହାର କରାଯାଉଅଛି।
ଡିଜିଟାଲ ମିଟରରେ ଲାଗିଥିବା ନାଲି ବତୀ ମିଟର ଚାଲୁ ରହିଛି ଏବଂ ବିଜୁଳି ଖର୍ଚ୍ଚ ହେଉଛି ବୋଲି ସଂକେତ ଦେଇଥାଏ। ତେଣୁ, ଏଥିରେ ବିଜୁଳି ଚୋରି ହେବାର ଆଶଙ୍କା ଯଥେଷ୍ଟ କମ୍ ହୋଇଥାଏ।
ତେବେ, ନାଲି ବତୀ ପାଇଁ ଆପଣଙ୍କୁ ଅଧିକ ଅଧିକରୁ ଅଧିକ ପ୍ରତିମାସକୁ ୧ ୟୁନିଟର ପଇସା ଦେବାକୁ ହେବ। କିନ୍ତୁ, ସାରା ରାଜ୍ୟ କିମ୍ବା ଦେଶରେ ଦେଖିବାକୁ ଗଲେ ଏହି ରକମ୍ କୋଟି କୋଟି ଟଙ୍କାର ହୋଇଥିବା ଅନୁମାନ କରାଯାଏ।
ଅଧିକ ପଢନ୍ତୁ:- ସାଧାରଣ ମହିଳା ନୁହେଁ ସୀମା ହାଇଦର! ସେ ପାକିସ୍ତାନର ମେଜର? ଉଦେଶ୍ୟ ନେଇ ଭାରତ ଆସିଛି? ଜାଣନ୍ତୁ ପୁରା ଖବର