ଲୋକସେବା ଆୟୋଗଙ୍କ ଅଧିନରେ ବାହାରିଲା ନିଯୁକ୍ତି, ୮୧ଟି ପଦବୀ ହେବ ପୂରଣ

 
Odisha-Govt-Jobs

ଅନେକ ଆଶାୟୀ ଚାକିରୀ ଅପେକ୍ଷାରେ ରହିଛନ୍ତି। ଓଡିଶା ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଚାକିରୀ ବିଷୟକୁ ନେଇ ଅନେକ ଆଶାୟୀ ଚିନ୍ତିତ ମଧ୍ୟ। ନୂଆ ପଦ ପଦବୀ ନିଯୁକ୍ତି ପାଇଁ ଅପେକ୍ଷା କରିଛନ୍ତି ସମସ୍ତେ। ତେବେ ସେହି ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ସହକାରୀ ମୃତ୍ତିକା ସଂରକ୍ଷଣ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

ଅଧିକାରୀଙ୍କୁ କ୍ଲାସ-୨ରେ ନିଯୁକ୍ତି ଦିଆଯିବ। ଏନେଇ ଓଡ଼ିଶା ଲୋକସେବା ଆୟୋଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅନ୍ୟପଟେ ଜୁଲାଇ ୧୬ ରୁ ଅଗଷ୍ଟ ୧୬ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିବାକୁ ହେବ। ଇଛୁକ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ http://opsc.gov.in ପରିଦର୍ଶନ କରି ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସବିଶେଷ ତଥ୍ୟ ପାଇ ପାରିବେ। ଏଥିପାଇଁ ମୋଟ ୮୧ ଟି ପଦ ଖାଲି ରହିଛି। 

ସେଥିମଧ୍ୟରୁ ୨୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଅଣସଂରକ୍ଷିତଙ୍କ ପାଇଁ ୪୫ଟି ପଦ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ମୋଟ ୧୧ଟି ପଦ, ଏବଂ ଅନୁସୂଚିତ ଜାତିଙ୍କ ପାଇଁ ୮ଟି ପଦ , ଅନୁସୂଚିତ ଜନଜାତିଙ୍କ ପାଇଁ ୧୭ଟି ପଦ ସଂରକ୍ଷିତ କରାଯାଇଛି। 

ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ବ୍ୟାଚେଲର ଅଫ୍ ସାଇନ୍ସ ଡିଗ୍ରୀ ଇନ୍ ଏଗ୍ରୀକଲଚର , ବ୍ୟାଚେଲର ଅଫ୍ ସାଇନ୍ସ ଡିଗ୍ରୀ ଇନ ହର୍ଟିକଲଚର , ବ୍ୟାଚେଲର ଡିଗ୍ରୀ ଇନ ଏଗ୍ରୀକଲଚର ଇଞ୍ଜିନିୟରିଂ। ଏବଂ ବ୍ୟାଚେଲର ଇନ୍ ସାଇନ୍ସ ଇନ୍ ଫରେଷ୍ଟ୍ରି ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। 

ସବୁଠାରୁ ବଡ଼ ବିଷୟ ହେଉଛି ଏଥିପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ କୌଣସି ଫିସ୍ ଜମା କରିବାକୁ ପଡ଼ିବ ନାହିଁ। ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହ ଓଡ଼ିଆ ଭାଷାରେ ଲେଖିବା, ପଢ଼ିବା ଓ କଥା କହିବା ଜାଣିଥିବା ଆବଶ୍ୟକ। ପ୍ରାର୍ଥୀ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ କିମ୍ବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଇଂରାଜୀ ଷ୍ଟାଣ୍ଡାର୍ଡରେ ଓଡ଼ିଆ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ।