ଯୁକ୍ତି ବିଜ୍ଞପ୍ତି ପ୍ରକାଶ କଲା SSB, ୭୮୬ ଟି ସରକାରୀ ଶିକ୍ଷକ ପଦ ହେବ ପୂରଣ, ଏମିତି କରନ୍ତୁ ଆବେଦନ

 
Recruitment

ଶିକ୍ଷକତା କରିବାରେ ଆପଣ ଆଗ୍ରହୀ କି? ଯଦି ହଁ ତେବେ ଆପଣଙ୍କ ପାଇଁ ଆସି ଯାଇଛି ଏକ ବଡ଼ ସୁଯୋଗ! କାରଣ ରାଜ୍ୟ ସରକାରଙ୍କ ତରଫରୁ ଶିକ୍ଷକ ନିଯୁକ୍ତି ପାଇଁ ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ୭୮୬ ଅଧ୍ୟାପକ ପଦ ପାଇଁ SSB ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୨୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ଏପ୍ରିଲ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

Teacher

Follow our WhatsApp channel and get all the Latest news:-

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବସାଇଟ https://ssbodisha.ac.in/ କୁ ଯାଇ ଆବେଦନ କରି ପାରିବେ। ଏହି ବିଜ୍ଞପ୍ତି ମାଧ୍ୟମରେ ଖାଲିରହିଥିବା ୭୮୬ଟି ପଦବୀ ପୂରଣ କରାଯିବ। ଏଥିପାଇଁ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସସୀମା ୪୨ ବର୍ଷ ଅଟେ। ଏହି ଚାକିରୀ ପାଇଁ ଆବେଦନ କରିବାକୁ ହେଲେ ଆପଣଙ୍କ ପାଖରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟରେ ୫୫ ପ୍ରତିଶତ ମାର୍କ ସହିତ ମାଷ୍ଟର ଡିଗ୍ରୀ ରହିଥିବା ଆବଶ୍ୟକ ଅଟେ।

Ssb

ଏହି ଚାକିରୀ ପାଇଁ ଆବେଦନ କରିବାକୁ ହେଲେ ସାଧରଣ ବର୍ଗ/SEBCଙ୍କୁ ଆବେଦନ ଶୁଳ୍କ ୫୦୦ ଟଙ୍କା ଏବଂ SC/ST/PwDଙ୍କୁ ଆବେଦନ ଶୁଳ୍କ ଭାବରେ ୨୦୦ ଟଙ୍କା ଦେବାକୁ ହେବ। ଲିଖିତ ପରୀକ୍ଷା ପରେ ଏକ ସାକ୍ଷାତକାର ମାଧ୍ୟମରେ ଆପଣଙ୍କର ଚୟନ କରାଯିବ। ଏହି ଚାକିରୀ ପାଇଁ ଇଚ୍ଛୁକ ଥିଲେ ତୁରନ୍ତ ଆବେଦନ କରନ୍ତୁ।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ଶ୍ୱଶୁରକୁ କେମିତି ଫିଟୁଛି ବୋହୂ, ପରିଣତ ବୟସରେ ବୋହୂର ସେବା ବଦଳରେ ମିଳିଲା ମାଡ଼