​​​ରାଷ୍ଟ୍ରପତିଙ୍କ ପଛରେ କଣପାଇଁ ଯାଏ ଏକାଭଳି ଗାଡି ,କାରକେଡରେ କଣ ପାଇଁ ଥାଏ ୫୦ରୁ ଅଧିକ ଗାଡି, ଜାଣନ୍ତୁ ବଡ଼ କାରଣ

 
President car cade
କଣ ଆପଣ ଜାଣନ୍ତି କି ରାଷ୍ଟ୍ରପତି ହୁଅନ୍ତୁ କିମ୍ବା ପ୍ରଧାନମନ୍ତ୍ରୀ ସେମାନଙ୍କ ପଛରେ ଏତେ ସଂଖ୍ୟାରେ ଗାଡ଼ି କେଉଁଥି ପାଇଁ ଯାଇଥାଏ । କେବଳ ଗାଡ଼ି ନୁହେଁ ଆପଣ ଯଦି ଲକ୍ଷ୍ୟ କରିଥିବେ ତେବେ ଦେଖିଥିବେ ଏମାନଙ୍କ ପଛରେ କିଛି ଯବାନ ମଧ୍ୟ ଏମାନଙ୍କ ଚଳନ୍ତା ଗାଡ଼ିକୁ ଲାଗି ଲାଗି ଯାଆନ୍ତି । ତେବେ ଏହା କେବଳ ସୁରକ୍ଷାକୁ ଦୃଷ୍ଟିରେ ରଖି କରାଯାଏ ନା ଏହା ପଛରେ ରହିଛି ଆଉ କିଛି ବି ରହସ୍ୟ ।

E

ଦେଶର ସାମ୍ବିଧାନିକ ତଥା ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି । ଯାହାଙ୍କ ସୁରକ୍ଷା ଦେଶର ପ୍ରଥମ ଦାୟୀତ୍ବ ଅଟେ । ରାଷ୍ଟ୍ରପତି ତିନି ସେନାର ମୁଖ୍ୟ ହୋଇଥିବା ହେତୁ ତାଙ୍କର ସୁରକ୍ଷା ସେନାର ମଧ୍ୟ ଏକ ଗୁରୁ ଦାୟୀତ୍ବ ଅଟେ । କେବଳ ସୁରକ୍ଷା ଦୃଷ୍ଟିରୁ ଯେ ତାଙ୍କ ପଛରେ ଏତେ ଗାଡ଼ି କିମ୍ବା ଯବାନ ରହିଥାନ୍ତି ତାହା ନୁହେଁ ବରଂ ଏହା ସମ୍ମାନର ମଧ୍ୟ ପ୍ରତୀକ ଅଟେ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ ବଡିଗାର୍ଡ ପାଇଁ ଦକ୍ଷ କମାଣ୍ଡର ମାନଙ୍କୁ ନିଯୁକ୍ତି ଦିଆ ଯାଇଥାଏ । ଯେଉଁମାନଙ୍କ ହାଇଟ ୬ ଫୁଟ୍ ହୋଇଥିବା ଆବଶ୍ୟକ । ଆପଣ ଲକ୍ଷ୍ୟ କଲେ ଏହା ମଧ୍ୟ ଦେଖିବାକୁ ପାଇବେ ଯେ ସେମାନଙ୍କ ସହ ଆସିଥିବା ଗାଡ଼ି ଗୁଡ଼ିକ ସବୁ ଏକା ଭଳି ଦେଖିବାକୁ । ଏହା ଆକ୍ରମଣକାରୀକୁ ଦ୍ବନ୍ଦରେ ପକାଇବା ପାଇଁ କରା ଯାଇଥାଏ ।

Car cade

 ତେବେ ବିଶେଷ କରି ଯେଉଁ ଗାଡ଼ିରେ ରାଷ୍ଟ୍ରପତି ଆସିଥାନ୍ତି ସେହି ଗାଡ଼ିର ଫିଚର୍ସ ବହୁ ଉନ୍ନତ ମାନର ରହିଥାଏ । ଯାହା ବୁଲେଟ୍ ପ୍ରୁଫ ହେବା ସହିତ ଏଥିରେ ଅନ୍ୟ କେତେ ଗୁଡିଏ ସ୍ଵତନ୍ତ୍ର ପାର୍ଟ ମଧ୍ୟ ରହିଥାଏ । ଯାହା କୌଣସି ବିପଦକୁ ପୂର୍ବରୁ ଠାବ କରି ନିଏ ।