ଇଶା ଅମ୍ବାନୀଙ୍କ ବାହାଘର ରେ ୱଟର୍ ହୋଇ ଖାଇବା ବଢ଼ୁଥିଲେ ବଲିଉଡ ଷ୍ଟାର ସେଲିବ୍ରିଟି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

 
ଇଶା ଅମ୍ବାନୀଙ୍କ ବାହାଘର ରେ ୱଟର୍ ହୋଇ ଖାଇବା ବଢ଼ୁଥିଲେ ବଲିଉଡ ଷ୍ଟାର ସେଲିବ୍ରିଟି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଯେତେବେଳେ ବି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ମନକୁ ଆସେ, ସେତେବେଳେ ମୁକେଶ ଅମ୍ବାନୀଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥାଏ। ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜର ସମୃଦ୍ଧତା ଏବଂ ବ୍ୟବସାୟ ପାଇଁ କେବଳ ଭାରତରେ ନୁହେଁ ବରଂ ପୁରା ବିଶ୍ୱରେ ପରିଚିତ ଅଟନ୍ତି।

ମୁକେଶ ଅମ୍ବାନୀ ନିଜର ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ମଧ୍ୟ ଜଣାଶୁଣା ଅଟନ୍ତି। ଯେତେବେଳେ ବି ସେମାନଙ୍କ ଘରେ କୌଣସି କାର୍ଯ୍ୟକ୍ରମ ହୋଇଥାଏ, ତାହା ବହୁତ ବଡ଼ ଧାରଣ ରେ ପାଳନ କରାଯାଏ। ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା। ଏହି ବିବାହ ୧୨ ଡିସେମ୍ବର ୨୦୧୮ ରେ ହୋଇଥିଲା।  ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଶା ପିରାମଲ ଇଣ୍ଡଷ୍ଟ୍ରିଜ୍ ର ମାଲିକ ଆନନ୍ଦ ପିରାମଲଙ୍କ ସହ ବିବାହ ବନ୍ଧନ ରେ ଆବଦ୍ଧ ହୋଇଥିଲେ।

ଏଥିରେ ଅନେକ ମାନ୍ୟ ଗଣ୍ୟ ଲୋକେ ଖାସ୍ କରି ବଲିଉଡ ସେଲିବ୍ରିଟି ମାନଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏହି ବାହାଘରରେ ଏକ ଅଜବ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏଠାରେ ସମସ୍ତ ବଲିଉଡ ସେଲିବ୍ରିଟି ମାନେ ବର ପକ୍ଷ ଲୋକଙ୍କ ପାଇଁ ୱେଟର୍ ହୋଇ ଖାଦ୍ୟ ପରଷୁଥିବା ଦେଖିବାକୁ ମିଳିଥିଲା। ସେତେବେଳେ ଏହାକୁ ନେଇ ଚର୍ଚ୍ଚା ଖୁବ ଜୋର ଧରିଥିଲା।

କିନ୍ତୁ ଏହା କରିବାର କାରଣ କହିଥିଲେ ବଲିଉଡ ଷ୍ଟାର ଆକ୍ଟର୍ ଅଭିଷେକ ବଚ୍ଚନ। ତାଙ୍କ କହିବା ଅନୁଯାଇ ଗୁଜରାଟୀ ବିବାହରେ 'ସାଜନ ଘୋଟ୍' ନାମକ ଏକ ପ୍ରଥା ରହିଛି। ଏଥିରେ ଝିଅ ଘର ଲୋକେ ବର ପକ୍ଷ ଲୋକଙ୍କୁ ଖାଦ୍ୟ ପରସିବାର ପ୍ରଥା ରହିଛି। ଏହି କାରଣରୁ ସମସ୍ତ ବଲିଉଡ ତାରକା ଇଶା ଅମ୍ବାନୀଙ୍କ ବିବାହରେ ୱେଟର ଭାବରେ ଖାଦ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା। ଏହା ଏକ ପ୍ରଥା ଥିଲା ଯେଉଁଥିରେ ଲାଜ କରିବାର କୌଣସି ଜିନିଷ ନାହିଁ ବୋଲି ଅଭିଷେକ କହିଥିଲେ।